ସତ୍ୟଶିଖା ୧୬/୦୧/୨୦୨୧ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ରାଜ୍ୟରେ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
କହିରଖୁ କି ୨୦୧୯ ମସିହାରେ ବିହାରରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ପ୍ରଥମଥର ପାଇଁ ରୋଜଗାର ଏକ ମୁଦ୍ଦା ପାଲଟିଥିଲା । ଏଥିରେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ସରକାର ଗଠନ କଲେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିବା ବେଳେ ଏହାକୁ ନେଇ ନୀତିଶ ଓ ବିଜେପି କଟାକ୍ଷ କରୁଥିଲେ ।
ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି
