ସତ୍ୟଶିଖା ( ବ୍ରହ୍ମପୁର ) ୩୦ .୦୮.୨୦୨୦ : କିନ୍ନରମାନଙ୍କୁ ମିଳିଲା ରୋଜଗାରର ପନ୍ଥା । ବ୍ରହ୍ମପୁରରେ ବସବାସ କରୁଥିବା କିନ୍ନରମାନେ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫି’ ଆଦାୟ କରିବେ । ଏନେଇ କିନ୍ନର ସଂଘ ପକ୍ଷରୁ ବିଇ.ଏମ୍.ସିଙ୍କୁ ପ୍ରଶଂସା କରାଯାଇଛି । ଆସନ୍ତା ମାସ ପହିଲାରୁ ବ୍ରହ୍ମପୁର ସହରର ବିଭିନ୍ନ ସାଇକେଲ୍ ଷ୍ଟାଣ୍ଡରୁ ପାର୍କିଂ ଫି’ ଆଦାୟ କରିବେ । ଏନେଇ ସେମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।
ସର୍ବୋଚ୍ଚ ନ୍ୟାୟାଳୟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ପରେ ସେମାନଙ୍କୁ ଆତ୍ମନିର୍ଭଶୀଳ କରିବା ଦିଗରେ ଚାଲିଛି ପ୍ରୟାସ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରୋଜଗାର କ୍ଷମ କରାଇବାକୁ ନିଆଯାଇଛି ପଦକ୍ଷେପ । ସହରର ୪ଟି ସ୍ଥାନରେ ସାଇକେଲ୍ ପାର୍କିଂ ଫି’ ଆଦାୟ କରିବେ କିନ୍ନର । ଦୁଇଟି ସ୍ଵୟଂ ସହାୟିକା ଗୋଷ୍ଠିକୁ ଏହି ଦାୟିତ୍ୱ ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ ୨୦ ଜଣ କିନ୍ନର ସାଇକେଲ୍ ପାର୍କିଂ ଫି’ ଆଦାୟରେ ନିୟୋଜିତ ହେବେ । ପୁରୁଣା ବସ୍ଷ୍ଟାଣ୍ଡ୍, ଅର୍ଣ୍ଣପୂର୍ଣ୍ଣା ମାର୍କେଟ୍ ଏବଂ ମୟୁରୀ ଟାୱାର୍ ପ୍ରମୁଖ ଆଦି ୪ଟି ସ୍ଥାନର ସାଇକେଲ୍ ପାର୍କିଂ ଫି’ ଆଦାୟ କରିବାକୁ ସୁଯୋଗ ଦିଆଯିବ । ଦୁଇ ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୫ ଟଙ୍କା, ଚାରି ଚକିଆ ଯାନ ଦୁଇ ଘଣ୍ଟା ପାଇଁ ୧୦ ଟଙ୍କା ଫିସ୍ ଆଦାୟ କରିବାକୁ ବିଇ.ଏମ୍.ସି ସ୍ଥିର କରିଛି । ପୂର୍ବରୁ ଏମାନଙ୍କ ସ୍ଵlବଲମ୍ବୀ ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ନିର୍ବାହ ମିସନ ପକ୍ଷରୁ କ୍ଷୁଦ୍ର ଶିଳ୍ପାନୁଷ୍ଠାନ କରିବା ଉଦ୍ଦେଶ୍ୟରେ ଚପଲ ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଇଥିଲା ।