ଅପରାଧନ୍ୟୁଜ୍ରାଜ୍ୟ

ମମିତାଙ୍କୁ ନ୍ୟାୟ ଦାବିରେ କିନ୍ନର ସଙ୍ଗଠନର ବିକ୍ଷୋଭ

ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧:  ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ମୃତୁ୍ୟ ମାମଲାରେ ଉଠୁଛି ପଡୁଛି ରାଜ୍ୟ। ଚାରିଆଡେ ଶୁଭୁଛି ପ୍ରତିବାଦର ସ୍ୱର। ବରୋଧୀଙ୍କ ପକ୍ଷରୁ ଆନେ୍ଦାଳନ ତୀବ୍ର ହେଉଥିବାବେଳେ ମମିତାଙ୍କୁ ନ୍ୟାୟ ଦାବି କରି ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଆଜି କନ୍ନର ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଏଥିପାଇଁ  କିନ୍ନର ସଙ୍ଗଠନ ପକ୍ଷରୁ  ମାଷ୍ଟରକ୍ୟାଣ୍ଟିନରେ ଚାଲିଛି ଧାରଣା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗର୍ଜୁଛନ୍ତି ପ୍ରତ୍ୟେକ ବର୍ଗ।

ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ। ମମିତାକୁ ନ୍ୟାୟ ଦେବାରେ ଏବଂ ଦିବ୍ୟ ଶଙ୍କରଙ୍କୁ ବହିଷ୍କାର କରିବା କ୍ଷେତ୍ରରେ କଣ ପାଇଁ ପଛଘୁଞ୍ଚା ଦେଉଛନ୍ତି  ସରକାର ବୋଲି ହୋ ହଲ୍ଲା କରୁଛନ୍ତି ପ୍ରତ୍ୟେକ ସଙ୍ଗଠନ। ଏପଟେ ଆଜି ମମିତାଙ୍କ ପରିବାରକୁ ଭେଟିବେ ବିଜେପିର ତିନିଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମରେ ଅଛନ୍ତି ସାଂସଦ ସୁନିତା ଦୁଗଲ, ଭାନତି ଶ୍ରୀନିବାସନ ଓ ରୁପା ମିତ୍ର।

Show More
Back to top button