ସତ୍ୟଶିଖା ୨୮/୧୨/୨୦୨୦ : କେରଳ ଥିରୁବନ୍ତପୁରମ୍ ରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଛି ସ୍ଵାମୀ । ଅଭିଯୁକ୍ତ ସ୍ଵାମୀ ତଦନ୍ତକୁ ବାଟବଣା କରିବାକୁ ଯାଇ କହିଥିଲେ କ୍ରିସମାସ୍ ଦିନ ଫ୍ୟାନ୍ସି ଲାଇଟ୍ ରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା କହିଥିଲେ । ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଥିରୁବନ୍ତପୁରମ୍ କାରାକୋଣମ୍ ଅଞ୍ଚଳରେ ୫୧ ବର୍ଷ ବୟସ୍କ ଶାଖାକୁମାରୀ ୨୮ବର୍ଷ ବୟସ୍କ ସ୍ଵାମୀ ଅରୁଣଙ୍କ ସହ ରହୁଥିଲେ । ମାତ୍ର ଶନିବାର ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାରମ୍ଭିକ ତଦନ୍ତରେ ଅରୁଣ କହିଥିଲା ଯେ, କ୍ରିସମାସ ପାଇଁ ଘରେ ଫ୍ୟାନ୍ସି ଲାଇଟ୍ ଲଗାଯାଇଥିଲା । ସେହି ଲାଇଟ୍ ରୁ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଛି । ତାପରେ ସେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତଡର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯେତେବେଳେ ପୋଲିସ ଏହି ମାମଲାର ଯାଞ୍ଚ କରିଥିଲା ସେତେବେଳେ ଘରେ କିଛି ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଫଳରେ ପୋଲିସକୁ ସନ୍ଦେହ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଉଭୟ କିଛି ମାସ ପୂର୍ବରୁ ହିଁ ବିବାହ କରିଥିଲେ । ବୈବାହିକ ଜୀବନ ଆରମ୍ଭରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।
କୁହାଯାଉଛି ଯେ, ଅରୁଣ ବାରମ୍ବାର ଛାଡପତ୍ର ପାଇଁ କହୁଥିଲେ । ସେପଟେ ଶାଖାକୁମାରୀ ଏହାକୁ ଗ୍ରହଣ କରୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଅଭିଯୋଗ ଏହା ଥିଲା ଯେ, ଅରୁଣ ସ୍ତ୍ରୀଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ଦେବାକୁ ଉଦ୍ୟମ କରିଥିଲେ । ମାତ୍ର ସେତେବେଳେ ସେ ତାଙ୍କ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇନଥିଲେ । ପୋଲିସ ଅରୁଣକୁ ଏ ବିଷୟରେ ପଚରାଉଚରା କରିବା ପରେ ସେତେବେଳେ ସେ ତାଙ୍କ ଅପରାଧ ସ୍ବୀକାର କରିଥିଲେ । ସେ କହିଥିଲେ ଯେ, ସ୍ତ୍ରୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଛି । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।