କିଆରା ଆଡଭାନି ନିଜ ଜୀବନସାଥୀଙ୍କୁ ନେଇ ମୁହଁ ଖୋଲିଲେ

ସତ୍ୟଶିଖା (ମୁମ୍ବାଇ) ୨୧/୧୦/୨୦୨୦ : ଅଭିନେତ୍ରୀ କିଆରା ଆଡଭାନିଙ୍କର ଦୁଇଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଅଛି । ସେଥିମଧ୍ୟରୁ ‘ଇନ୍ଦୁ କି ଜୱାନି’ ଥିଏଟରରେ ରିଲିଜ୍‌ ହେବାକୁ ଥିବାବେଳେ ‘ଲକ୍ଷ୍ମୀ ବମ୍‌’ ଓଟିଟିରେ ରିଲିଜ୍‌ ହେବ ।ଏକ ସାକ୍ଷାତକାରରେ କିଆରା ନିଜ ମନର ମଣିଷ କେମିତି ହୋଇଥିବା ଦରକାର ସେ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘ସେ ଯାହାକୁ ଜୀବନସାଥୀ କରିବେ ସେ ହ୍ରିତିକ୍‌ ରୋଶନ୍‌ଙ୍କ ଭଳି ସୁନ୍ଦର ହୋଇଥିବେ । ମୁକେଶ ଅମ୍ବାନିଙ୍କ ଭଳି ଧନୀ ହୋଇଥିବେ ।ଫରହାନ୍‌ ଅଖତର ଓ ଆୟୁଷ୍ମାନ ଖୁରାନାଙ୍କ ଭଳି ଟ୍ୟାଲେଣ୍ଟ ତାଙ୍କ ପାଖରେ ଥିବ । କେବଳ ସେତିକି ନୁହେଁ, ସେ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ଶୃଙ୍ଖଳିତ ଓ ଫିଟ୍‌ ହୋଇଥିବା ମଧ୍ୟ ଆବଶ୍ୟକ ।’ଉପରୋକ୍ତ ଦୁଇଟି ଫିଲ୍ମ ବ୍ୟତୀତ କିଆରାଙ୍କୁ ଆଗକୁ ‘ଭୁଲ୍‌ ଭୁଲୈୟା-୨’, ‘ଶେରଶାହ’ରେ ମଧ୍ୟ ଦେଖିବାକୁ ମିଳିବ ।

Exit mobile version