ଅପରାଧରାଜ୍ୟ

ACF ସୌମ୍ୟରଞ୍ଜନଙ୍କୁ ନ୍ୟାୟ ଦାବିରେ ଖଇରା ବନ୍ଦ ଡାକରା

ସତ୍ୟଶିଖା(ଭୁବନେଶ୍ୱର )୬.୦୯ .୨୦୨୧:  ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଏନେଇ ପରିବାର ଲୋକ ନ୍ୟାୟ ମାଗୁଥିବା ବେଳେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ଖଇରା ଅଞ୍ଚଳବାସୀ। ଖଇରା ଅଞ୍ଚଳବାସୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ନ୍ୟାୟ ପ୍ରଦାନ ଦାବିରେ ଆଗାମୀ ୯ ତାରିଖରେ ଖଇରା ବନ୍ଦ ଡାକରା ଦେଇଛନ୍ତି। ଏନେଇ ଏକ ବୈଠକ ଖଇରା ଦୁର୍ଗାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଦ ଡାକରାରେ ସମସ୍ତ ଦୋକାନ ବଜାର, ଗାଡି ମୋଟର, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ। ଏନେଇ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କ ସମେତ ଜିଲ୍ଲାପାଳ, ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଅଞ୍ଚଳବାସୀ ଏହାର ପ୍ରତିବାଦରେ ଏକଜୁଟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦିଆଯାଇଛି।

Show More
Back to top button