ପାଣି ଚିନ୍ତାରେ ଚାଷୀ !


ସତ୍ୟଶିଖା ୧୬ .୦୯.୨୦୨୦ : ପାଣି ଚିନ୍ତାରେ ଧାନ ଚାଷୀ । କେନାଲ କି ନାଳରେ କେଉଁଠି ନାହିଁ ପାଣି । କେଉଁଠି କୁତ୍ରିମ ବର୍ଷା ସୃଷ୍ଟି ହୋଇଛି ତ ଆଉ କେଉଁଠି ବିଲରେ ପାଣିନଥିବାରୁ ଜମିରେ ଧାନ ତଳି ରୁଆ ହୋଇପାରିନି । ଏଭଳି ସମୟରେ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଜଳସେଚନ ବିଭାଗର ଅବହେଳା । ସବ କେନାଲ ଅଛି ହେଲେ ପାଣି ଆସୁନି । ଏଭଳି ଜଳସଙ୍କଟ ପରିସ୍ଥିତି ଦେଇ ଗତିକରୁଛି କଟକ ଜିଲ୍ଲା ନିଆଳି ବ୍ଲକର ଚାଷୀ । ପାଣିର ଅଭାବ ଯୋଗୁଁ ଜମିରେ ଏବେ ଚାଷ କାମ ହୋଇପାରିନି । ଚଳିତବର୍ଷ ଚାଷୀ ତାର ବର୍ଷର ଖାଦ୍ୟ ଶସ୍ୟ ପ୍ରସ୍ତୁତ କରିବାରେ ପଛେଇ ଯାଇଛି । ଗତବର୍ଷାରେ ଚାଷୀ କ୍ଷେତରେ ହଳକରି ଧାନ ବୁଣିଥିଲା ।
“କେଉଁଠି କୁତ୍ରିମ ବର୍ଷା ସୃଷ୍ଟି ହୋଇଛି ତ ଆଉ କେଉଁଠି ବିଲରେ ପାଣି ନାହିଁ ; ସେପଟେ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଜଳସେଚନ ବିଭାଗର ଅବହେଳା”
ଆଶା କରିଥିଲା ଭଲ ଫସଲ ହେବ । ହେଲେ ଡହ ଡହ ଖଲା ଚାଷୀର ଆଶାକୁ ଜାଳିପୋଡି ଦେଇଛି । ନିଆଳିର ପିତାପଡା, ଏରଂଚ, ବିନିଶପୁର ଭଳି ଅଂଚଳରେ ଶତପ୍ରତିଶତ ଧାନ ଚାଷ ହୋଇପାରିନାହିଁ । କେନାଲରେ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣି ବି ଛଡାଯାଉନି । ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି ।