ବାସ୍ତୁଶାସ୍ତ୍ର

ଘରେ ରଖନ୍ତୁ ଚାନ୍ଦିର ମୟୁର : ମିଳିବ ଶୁଭଫଳ

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୭.୨୦୨୧:  ଚାନ୍ଦିକୁ ଶୁଭ ଧାତୁ କୁହାଯାଏ।ଏହି ଧାତୁରେ ନିର୍ମିତ ବସ୍ତୁ ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୟୁର ମଧ୍ୟ ଦେବତାଙ୍କ ପ୍ରିୟ। ମା’ସରସ୍ୱତୀ,ଭଗବାନ ଶ୍ରୀକୃଷ୍ଣ,କାର୍ତ୍ତିକେୟ ଓ ଶ୍ରୀ ଗଣେଶଙ୍କ ଫଟୋରେ ପକ୍ଷୀଙ୍କ ଫଟୋ ରହିଥାଏ। ତେବେ ଜାଣନ୍ତୁ ଘରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା କି ଲାଭ ମିଳିଥାଏ।
ନାଚୁ ଥିବା ଅବସ୍ଥାରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଚାନ୍ଦିର ୨ଟି ଯାଉଁଳି ମୟୁର ରଖିବା ଦ୍ୱାରା ବୈବାହିକ ଜୀବନରେ ମଧୁରତା ଓ ଶାନ୍ତି ଭରି ରଖିଥାଏ।
ଚାନ୍ଦିର ସିନ୍ଦୁର ଫରୁଆ , ସେଥିରେ ମୟୁର ହୋଇଥିବାର ଚିତ୍ର ଥିବା ରଖିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଘରର ବୈଠକ କକ୍ଷରେ ଚାନ୍ଦିର ମୟୁର ରଖିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
ପୂଜା କକ୍ଷରେ ବସିଥିବା ଶାନ୍ତି ଅବସ୍ଥାରେ ଚାନ୍ଦିର ମୟୁର ରଖିବା ଦ୍ୱାରା ପୂଜାର ଫଳ ଦ୍ୱିଗୁଣିତ ହୋଇଥାଏ।
ଅବିବାହିତ ଯୁବକ ଓ ଯୁବତୀଙ୍କ କକ୍ଷରେ ଚାନ୍ଦିର ମୟୁର ରଖିବା ଦ୍ୱାରା ବିବାହ ଶୀଘ୍ର ହୋଇଥାଏ।
ଭାଗ୍ୟରେ ଶୁଭଫଳ ପ୍ରାପ୍ତି ପାଇଁ ପୂର୍ଣ୍ଣିମା ଦିନ ଚାନ୍ଦିର ମୟୁରକୁ ଆଲମିରାରେ ରଖନ୍ତୁ।

Show More
Back to top button