ଦେଶଧର୍ମପର୍ଯ୍ୟଟନ

ଖୋଲିଲା କେଦାରନାଥ ଧାମ,ପ୍ରଥମ ପୂଜା ମୋଦୀଙ୍କ ନାମରେ

ସତ୍ୟଶିଖା(ନୂଆଦିଲ୍ଲୀ) ୧୭ .୦୫.୨୦୨୧: କେଦାରନାଥ ଧାମର ଦ୍ବାର ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଦିଆଯାଇଛି। ଭୋର ୫ଟାରେ ମେଷ ଲଗ୍ନରେ ବିଧି ଅନୁସାରେ ଖୋଲାଯାଇଛି। ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୈଦିକ ମନ୍ତ୍ର ଉଚାରଣ କରି ଅନଲାଇନ୍‌ ଜରିଆରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ବିଶ୍ଵରେ ବ୍ୟାପିଥିବା କରୋନା ମହାମାରୀରୁ ସମସ୍ତ ପ୍ରାଣୀଙ୍କୁ ଉଦ୍ଧାର କରିବା ଲାଗି ନିଶଙ୍କ ବାବା କେଦାରନାଥଙ୍କୁ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ମନ୍ଦିର ପରିସରରେ ତୀର୍ଥ ପୁରୋହିତ, ପଣ୍ଡା ସମାଜ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଘରେ ରହି ପୂଜାର୍ଚ୍ଚନା କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ କେଦାରନାଥ ଧାମର କବାଟ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ବିନା ଖୋଲିଥିଲା। ସଂକ୍ରମଣ ଯୋଗୁ ସରକାର ଚାରିଧାମ ଯାତ୍ରା ସ୍ଥଗିତ ରଖିଛନ୍ତି। ମନ୍ଦିରରେ କେବଳ ସେବକମାନେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି।

ପର୍ଯ୍ୟଟନମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଦେବାଳୟ ବୋର୍ଡ ଏବଂ ମନ୍ଦିର କମିଟିଗୁଡ଼ିକ ଦ୍ବାରା ଚାରିଧାମରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଜନକଲ୍ୟାଣ ଉଦ୍ଦେଶ୍ୟରେ କରାଯାଉଛି।

Show More
Back to top button