ଶେଷରେ ବନ୍ଧା ହେଲା ରାଜଧାନୀ ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କେବିଏନ୍‌ ମୁଖିଆ ବୁବୁ

ସତ୍ୟଶିଖା(ଭୁବନେଶ୍ୱର ) ୨୮.୦୧.୨୦୨୨ : ୨ ମାସ ପୂର୍ବେ ରାଜଧାନୀ ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ଶେଷରେ ବନ୍ଧା ହୋଇଛି । କେବିଏନ୍‌ ଗ୍ରୁପ୍‌ର ୯ ସଦସ୍ୟଙ୍କୁ ପୂର୍ବରୁ କମିଶନରେଟ ପୁଲିସ୍‌ ବାନ୍ଧି ସାରିଥିବା ବେଳେ ବୁବୁକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ।  ଶେଷରେ  ଡେଲ୍ଟା ଅଞ୍ଚଳରୁ ବନ୍ଧା ହୋଇଛି ବୁବୁ।  ତା’ ପାଖରୁ ଏକ ଖଣ୍ଡା ମଧ୍ୟ ଜବତ ହୋଇଛି  ।

କିଛି ମାସ ପୂର୍ବେ ରାଜଧାନୀର ରାଜରାସ୍ତାରେ ଖଣ୍ଡା ବୁଲାଇ  ଆତଙ୍କରାଜ ସୃଷ୍ଟି କରିଥିଲେ କେବିଏନ୍‌ ଗ୍ରୁପର ସଦସ୍ୟ। ଏପରିକି ଭୟାନକ ଭିଡିଓ କରି ସୋଶାଲ ମିଡିଆରେ ଗୋଟିଏ ପରେ ଗୋଟିଏ ଛାଡ଼ିବା ପରେ ଏମାନଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ୍‌।

↑
Exit mobile version