ଦେଶମନୋରଞ୍ଜନସିନେମା

ଡିସେମ୍ବରରେ ବାହା ହେବେ କାଟ୍ରିନା-ବିକି

ସତ୍ୟଶିଖା( ମୁମ୍ବାଇ )୦୯.୧୧ .୨୦୨୧: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଗରେ ମୁଣ୍ଡ ନୁଆଁଇଲେ ଉରି ଫେମ୍‌ ଅଭିନେତା ବିକି କୌଶଲ। ରହିଲାନି ବିକିଙ୍କ କଥା। ଶେଷରେ ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ କଥାରେ ରାଜି ହେଲେ ବିକି।

ବଲିଉଡ କରିଡରରେ ଏବେ କ୍ୟାଟ୍ରିନା ଏବଂ ବିକିଙ୍କ ବ୍ୟାଣ୍ଡ, ବାଜା, ବାରାତ ଟକ୍‌ ଅଫ୍‌ ଦା ଟାଉନ୍‌ ରହିଛି। ସେମାନଙ୍କ ବିବାହ ଖବର ଗଣମାଧ୍ୟମର ହେଡ୍‌ଲାଇନ୍‌ ପାଲଟିଛି। ଡିସେମ୍ବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ଡିସେମ୍ବରରେ ରାଜସ୍ଥାନର ଏକ ପ୍ୟାଲେସ୍‌ରେ ରାଜକୀୟ ଶୈଳୀରେ ବିବାହ କରିବେ। ତେବେ ବିକି-କ୍ୟାଟ୍ରିନାଙ୍କ ବିବାହ ପାଇଁ ଦୁଇଟି ତାରିଖ ବାହାରିଥିଲା। ପ୍ରଥମଟି ଥିଲା ୭-୯ ଡିସେମ୍ବର ଏବଂ ଦ୍ୱିତୀୟଟି ଥିଲା ମେ’ ୨୦୨୨।

ଆସନ୍ତା ବର୍ଷ ମେ’ ମାସରେ ବିବାହ କରିବାକୁ ବିକି ଚାହୁଁଥିଲେ। କିନ୍ତୁ ଏଥିରେ ରାଜି ନଥିଲେ କ୍ୟାଟ୍ରିନା। ଡିସେମ୍ବର ମାସରେ ହିଁ ବିବାହ କରିବାକୁ ଜିଦ୍‌ ଧରି ବସିଥିଲେ କ୍ୟାଟ୍‌। ଶେଷରେ କ୍ୟାଟ୍ରିନାଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଥିଲେ ବିକି। ଡିସେମ୍ବର ମାସରେ ହିଁ ବିବାହ କରିବାକୁ ରାଜି ହୋଇଯାଇଥିଲେ ବୋଲି ସୂଚନା ମିଳିଛି।

ବଲିଉଡ ଲାଇଫର ଖବର ଅନୁଯାୟୀ ଅପ୍‌କମିଂ ଫିଲ୍ମ ଗୁଡିକର ଶୁଟିଂ ସାରିବାକୁ ଯାଇ ବିକି ମେ ମାସରେ ବିବାହ କରିବାକୁ ଚାହୁଁଥିଲେ। ଯଦି ମେ’ ମାସରେ ବିବାହ ହୋଇଥାନ୍ତା ତେବେ କ୍ୟାଟ୍ରିନା ମଧ୍ୟ ତାଙ୍କ ଫିଲ୍ମ ଟାଇଗର-୩ ଲାଗି ସୁଟିଂ ଶେଷ କରିବାକୁ ସମୟ ପାଇଥାନ୍ତେ। କିନ୍ତୁ ଡିସେମ୍ବରରେ ହିଁ ବିବାହ କରିବା ନିଷ୍ପତ୍ତିରେ କ୍ୟାଟ୍ରିନା ଅଡି ବସିଥିଲେ।

ଅନ୍ୟପଟେ କ୍ୟାଟ୍ରିନାଙ୍କ ଅନୁସାରେ ରାଜସ୍ଥାନରେ ମେ’ ମାସରେ ବିବାହ କରିବା ମୁସକିଲ୍‌ ହୋଇଥା’ନ୍ତା। ସେହି ସମୟରେ ସେଠାକାର ପରିବେଶ ଅଧିକ ଗରମ ରୁହେ।

କ୍ୟାଟ୍ରିନା ଏବଂ ବିକିଙ୍କ ନିର୍ବନ୍ଧ ସରିଛି। ସୂଚନା ମୁତାବକ, କ୍ୟାଟ୍ରିନା ଏବଂ ବିକିଙ୍କ ନିର୍ବନ୍ଧ ବେଶ୍‌ ପ୍ରାଇଭେଟ ରୂପେ ନିର୍ଦ୍ଦେଶକ କବିର ଖାନ୍‌ଙ୍କ ଘରେ ଦୀପବାଳି ଅବସରରେ ହୋଇଛି। ଏହି ସମାରୋହରେ କେବଳ ବିକି ଏବଂ କ୍ୟାଟ୍ରିନାଙ୍କ ପରିବାର ଲୋକେ ହିଁ ସାମିଲ ଥିଲେ।

Show More
Back to top button