ବିବାହ ପରେ ପ୍ରଥମ ଥର ସୁଟିଂ ସେଟରେ କ୍ୟାଟ୍ରିନା

ସତ୍ୟଶିଖା(ନୂଆଦିଲ୍ଲୀ) ୨୭.୧୨.୨୦୨୧:  ବିବାହ ଓ ହନିମୁନ ପାଇଁ ସର୍ଟ ବ୍ରେକ୍‌ ନେଇଥିବା କ୍ୟାଟ୍ରିନା କୈଫ ପୁଣି ଥରେ ସୁଟିଂ ସେଟ୍‌କୁ ଫେରିଛନ୍ତି। ସ୍ୱାମୀ ଭିକି କୌଶଲ ବହୁ ପୂର୍ବରୁ ସୁଟିଂକୁ ଫେରି ସାରିଥିବା ବେଳେ ଏବେ ଫୁଲ୍‌ ଦମରେ ସେଟ୍‌କୁ ଓହ୍ଲାଇଛନ୍ତି କ୍ୟାଟ୍‌। ଏନେଇ ଖୋଦ କ୍ୟାଟ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

କ୍ୟାଟ୍ରିନା ପୋଷ୍ଟ କରି ଲେଖିଛନ୍ତି, ନୂଆ ଆରମ୍ଭ । ପୁଣି ଥରେ ସେଟ୍‌କୁ ଫେରିଲି। ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ‘ମେରି କ୍ରୀସମାସ’ ପାଇଁ ଆରମ୍ଭ କଲି କାମ । ବହୁ ପୂର୍ବରୁ ଶ୍ରୀରାମ ସାର୍‌ଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ସୁଯୋଗ ପାଇଛି। ଥ୍ରୀଲର କାହାଣୀ କଥା ଉଠିଲେ ସେଥିରେ ସେ ପାରଙ୍ଗମ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରିବା ଖୁବ୍‌ ସମ୍ମାନର କଥା। ବିଜୟ ସେତୁପତି, ରମେଶ ତୌରାନୀ ଓ ସଞ୍ଜୟ ରାଉତରେଙ୍କ ପରି କଳାକାରଙ୍କ ସହ କାମ କରିବାର ସୁଯୋଗ ପାଇ ଖୁବ ଉତ୍ସାହିତ ଅଛି।

ଅନ୍ଧାଧୂନ ଫିଲ୍ମ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ‘ମେରି କ୍ରିସମସ’ ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି। କ୍ୟାଟଙ୍କ ଅପୋଜିଟରେ ଏହି ଫିଲ୍ମରେ ନଜର ଆସିବେ ସାଉଥ ସୁପରଷ୍ଟାର ବିଜୟ ସେତୁପତି। କ୍ୟାଟ୍‌ ପ୍ରଥମ ଥର ବିଜୟଙ୍କ ସହ କାମ କରିବେ। ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଥିବା ବେଳେ ୨୦୨୩ ମସିହାରେ ଏହା ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

Exit mobile version