ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ କସ୍ତୁରୀ ମେଥି

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ଦୈନନ୍ଦିନ ଜୀବନରେ ଆମେ ଅନେକ ମସଲା ବ୍ୟବହାର କରୁ । ବ୍ୟଞ୍ଜନର ସ୍ୱାଦ ପାଇଁ ରୋଷେଇ ବେଳେ ନାନା ମସଲା ବ୍ୟବହାର କରିଥାଉ । କିନ୍ତୁ ମସଲାର ଲାଭ ସମ୍ବନ୍ଧରେ ଅନେକ ଲୋକ ଜାଣିନଥାନ୍ତି । ଏହିଭଳି ଏକ ମସଲା ହେଲା କସ୍ତୁରୀ ମେଥି । କସ୍ତୁରୀ ମେଥି ଟିକିଏ ପିତା କିନ୍ତୁ ଏହା ବ୍ୟଞ୍ଜନର ସ୍ୱାଦିଷ୍ଟ ଦୁଇଗୁଣ ବଢ଼ାଇ ଦେଇଥାଏ । ସ୍ୱାଦ ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣ ଦୈନନ୍ଦିନ ଭୋଜନରେ କସ୍ତୁରୀ ମେଥି ସାମିଲ କରୁଛନ୍ତି ତାହେଲେ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ । କସ୍ତୁରୀ ମେଥି କାହିଁକି ଲାଭଦାୟକ ପଢନ୍ତୁ । ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଅଛି ତାହେଲେ କସ୍ତୁରୀ ମେଥି ସେବନ ବହୁତ ଲାଭଦାୟକ । ଏଥିରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ପେଟକୁ ସଫା କରି କୋଷ୍ଠକାଠିନ୍ୟରୁ ଆରାମ ଦେଇଥାଏ । ସନ୍ତୁଳିତ ମାତ୍ରାରେ ଫାଇବର ଥିବାରୁ ଗ୍ୟାସ୍ଟ୍ରୋଟେସ୍ଟଇନାଲ ପ୍ରକ୍ରିୟା ଠିକ ରହେ ଓ ହଜମ ପ୍ରକ୍ରିୟା ସହଜ ହୋଇଥାଏ ।କସ୍ତୁରୀ ମେଥି ଏନିମିଆ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏଥିରେ ଭରପୁର ମାତ୍ରାରେ ଆଇରନ ରହିଛି ଯାହାଦ୍ୱାରା ହେମୋଗ୍ଲୋବିନ ମାତ୍ରା ଠିକ ରହିଥାଏ ଓ ଏନିମିଆର ପ୍ରଭାବ ଦୂର କରିଥାଏ । ମହିଳା ନିଶ୍ଚୟ ସେବନ କରିବା ଉଚିତ ।
ଯଦି ଆପଣ ଓଜନ ବଢିବା ନେଇ ଚିନ୍ତିତ ତାହେଲେ କସ୍ତୁରୀ ମେଥି ଆପଣଙ୍କ ପାଇଁ ଲାଭଦାୟକ । ଆପଣ ପ୍ରତିଦିନ ଭୋଜନରେ କସ୍ତୁରୀ ମେଥି ପ୍ରୟୋଗ କରିପାରିବେ । ଖାଲି ପେଟରେ ଏହାର ସେବନ ଲାଭଦାୟକ ପ୍ରମାଣିତ ହୋଇଥାଏ । ସ୍ତୁରୀ ମେଥି ସେବନ ଦ୍ୱାର ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ ରହେ । ମଧୁମେହ ରୋଗୀ କସ୍ତୁରୀ ମେଥି ନିଶ୍ଚୟ ସେବନ କରିବା ଉଚିତ। ଏଥିରେ ଥିବା ହାଇପୋଗ୍ଲାଇସେମିକ ଗୁଣ ବ୍ଲଡ଼ରେ ସୁଗାର ମାତ୍ରା କାମ କରିଥାଏ । ଏଥିପାଇଁ ରାତିରେ ୧୦ ଗ୍ରାମ ମେଥି ୪୦ ମିଲି ପାଣିରେ ପକାଇ ରଖିଦିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣି ସେବନ ବହୁତ ଲାଭଦାୟକ ।
ପ୍ରସବ ପରେ କସ୍ତୁରୀ ମେଥି ଚା’ ବହୁ ଲାଭଦାୟକ । ଏଥିରେ ଥିବା ଗ୍ୟାଲେକ୍ଟଗାଗ (Galactagogue) ମା’ କ୍ଷୀର ବୃଦ୍ଧି କରିଥାଏ ।