ସତ୍ୟଶିଖା ୩/୧୧/୨୦୨୦ : ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ରଖାଯାଇଥିବା କରୱା ଚୌଥ ବ୍ରତ ବୁଧବାର,ନଭେମ୍ବର ୪ତାରିଖରେ ରଖାଯିବ । କରୱା ଚୌଥକୁ ସବୁ ବ୍ରତଗୁଡ଼ିକ ମଧ୍ୟରୁ ସବୁଠୁ କଠିନ ବୋଲି କୁହାଯାଇଥାଏ । ମହିଳାମାନେ ବିନା କିଛି ଗ୍ରହଣ କରି ନିର୍ଜଳା ବ୍ରତ କରନ୍ତି । ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଦିନ ସାରା ଭୋକିଲା ଶୋଷିଲା ରହିବା ସ୍ଵାସ୍ଥ ପାଇଁ ହାନିକାରକ ହୋଇଥାନ୍ତି । ଡିହାଇଡ୍ରେସନ ଏବଂ ପୋଷକ ତତ୍ତ୍ବର ଅଭାବରୁ ମନୁଷ୍ୟର ସ୍ଵାସ୍ଥ ବିଗିଡ଼ି ପାରେ। ସ୍ଵାସ୍ଥ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ବ୍ରତର ଗୋଟିଏ ଦିନ ପୂର୍ବରୁ ନିଜ ଡାୟେଟରେ କିଛି ଜରୁରୀ ପରିବର୍ତ୍ତନ କଲେ ଏଥିରୁ ବର୍ତ୍ତିହେବ ।
୨. ଶରୀରରେ ଫାଇବରର ପର୍ଯ୍ୟାପ୍ତ ମାତ୍ରା ମଣିଷର ଭୋକକୁ ଦୀର୍ଘ ସମୟ ଯାଏଁ ନିୟନ୍ତ୍ରଣ କରିପାରେ । ଏଥିପାଇଁ ପ୍ରତର ଗୋଟିଏ ଦିନ ପୂର୍ବରୁ ଏପରି ଜିନିଷ ଖାଆନ୍ତୁ ଯେଉଁଥିରେ ଫାଇବର ଅଧିକ ହୋଇଥାଏ । ଏଥିପାଇଁ ଆଭୋକାଡୋ,ଡାଲି,ରାଜମା,ଓଟ୍ସ ଏବଂ ଚିଆ ସିଡସ୍ ସବୁଠୁ ଉତ୍ତମ ବିକଳ୍ପ ।
୩. କରୱା ଚୌଥ ବ୍ରତ ଶୀତଦିନେ ଆସିଥାଏ ଏବଂ ଏହି ସମୟରେ ଶରୀରର ଡିହାଇଡ୍ରେଟ୍ ହେବାର ଆଶଙ୍କା ସବୁଠୁ ଅଧିକ ହୋଇଥାଏ । ଡିହାଇଡ୍ରେସନ କାରଣରୁ ଥକ୍କାପଣ,ମୁଣ୍ଡ ବୁଲାଇବା,ଦେହ ଅସ୍ତବ୍ୟସ୍ତ ଲାଗିବା,ମୁହଁ ଶୁଖିଯିବା ଭଳି ସମସ୍ୟା ବଢ଼ିପାରେ । ଏଥିପାଇଁ ବ୍ରତର ଗୋଟିଏ ଦିନ ପୂର୍ବରୁ ହାଇ ୱାଟର କଣ୍ଟେଣ୍ଟଯୁକ୍ତ ଜିନିଷ ଖାଆନ୍ତୁ । କାକୁଡ଼ି,ଲଙ୍କା,ତରଭୁଜ ଏବଂ ଷ୍ଟ୍ରବେରି ଅଧିକ ଲାଭଦାୟକ ହୋଇଥାଏ ।
୫. ରକ୍ତରେ ଶର୍କରା ସ୍ତର କମ୍ କିମ୍ବା ଅଧିକ ହେବା ହାନିକାରକ । ଯଦି ଆପଣ ବ୍ରତର ଗୋଟିଏ ଦିନ ପୂର୍ବରୁ ଅଧିକ ମିଠା ଖାଉଛନ୍ତି ତେବେ ଆପଣଙ୍କ ରକ୍ତଚାପ ପୂରା ଉପରକୁ ଚାଲିଯିବ କିନ୍ତୁ ପର ଦିନ କିଛି ନ ଖାଇବା ଯୋଗୁଁ ତାହା ତଳକୁ ଚାଲି ଆସିବ । ଏହା ଦ୍ୱାରା ଥକ୍କାପଣ କିମ୍ବା ମୁଣ୍ଡବ୍ୟଥା ସମସ୍ୟା ବଢ଼ିପାରେ । ରକ୍ତସ୍ତର ଅଧିକ ହେବା ଯୋଗୁଁ ଆପଣଙ୍କୁ ଅଧିକ ଶୋଷ ଲାଗିପାରେ ଏବଂ ବ୍ରତରେ ମିଠା ଖାଇବାକୁ ମଧ୍ୟ ଇଚ୍ଛା ହୋଇପାରେ ।
୬. ବ୍ରତ ଦିନ ଶରୀରକୁ ପୂରାପୂରି ହାଇଡ୍ରେଟ୍ ରଖିବାର ପ୍ରସ୍ତୁତି ଆପଣଙ୍କୁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ କରିବାକୁ ହେବ । ବ୍ରତର ଗୋଟିଏ ଦିନ ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ । କଫିରେ ଥିବା କ୍ୟାଫିନ୍ ଶରୀରର ହାଇଡ୍ରେସନ ସ୍ତରକୁ କମ୍ କରିଥାଏ । କଫି ପରିବର୍ତେ ପ୍ରଚୁର ପାଣି ପିଅନ୍ତୁ ଏବଂ ଅଧିକରୁ ଅଧିକ ନ୍ୟାଚୁରାଲ୍ ଲିକୁଇଡ ପିଅନ୍ତୁ । ନଡ଼ିଆ ପାଣି ଏଥିପାଇଁ ଉପଯୁକ୍ତ ବିକଳ୍ପ ।
୭. କିଛି ଲୋକ ବ୍ରତର ଗୋଟିଏ ଦିନ ପୂର୍ବରୁ ବିନା କାରଣରେ ନିଜ ଖାଇବା ବଢ଼ାଇ ଦିଅନ୍ତି । ତାଙ୍କୁ ଲାଗେ ଯେ ଏପରି କରିବା ଦ୍ୱାରା ତାଙ୍କୁ କମ୍ ଭୋକ ଲାଗିବ । ଏପରି କରିବା ଠିକ୍ ନୁହେଁ । ଏଥିରେ ଶରୀର ଅନ୍ତନଳୀକୁ ଯାଇଥିବା ଭୋଜନ ହଜମ ହୋଇପାରିନଥାଏ ଏବଂ ପାଚନ କ୍ରିୟା ଉପରେ କୁପ୍ରଭାବ ପଡ଼ିଥାଏ ।