

ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨: ବଲିଡର ହ୍ୟାଣ୍ଡସମ ହିରୋ କାର୍ତ୍ତିକ ଆର୍ଯ୍ୟନ । ହିନ୍ଦୀ ସିନେ ଜଗତରେ ସେ ଅଧିକ ପୁରୁଣା ନୁହନ୍ତି । ମାତ୍ର ୧୧ବର୍ଷର କ୍ୟାରିୟର ବଲିଉଡ଼ରେ । କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା କିଛି କମ୍ ନୁହେଁ । ତାଙ୍କ ଅଭିନୀତ ଫିଲ୍ମ ମାନଙ୍କ ମଧ୍ୟରେ ଏକାଧିକ ରହିଛି ହିଟ୍, ସୁପରହିଟ୍ ଫିଲ୍ମର ଉଦାହରଣ । ଯେପରିକି- ଲଭ ଆଜକଲ ୨, ଭୁଲ୍ ଭୁଲୈୟା ୨ । ଏବେ ଶୁଣିବାକୁ ମିଳୁଛି ଆଉ ଏକ ଲୋକପ୍ରିୟ ତଥା ହାସ୍ୟରସ ଆଧାରିତ ଫିଲ୍ମର ସିକ୍ୱେଲରେ ଦେଖିବାକୁ ମିଳିବେ କାର୍ତ୍ତିକ । ଏହି ଫିଲ୍ମଟି ହେଉଛି ‘ହେରାଫେରି ୩’ ।
ପୂର୍ବରୁ ‘ହେରାଫେରି’ ଓ ‘ଫିର ହେରାଫେରି’ ମୁକ୍ତିଲାଭ କରି ଢେ଼ର ସଫଳତା ଲାଭ କରିଛି । ବର୍ତ୍ତମାନ ଏହାର ସିକ୍ୱେଏ ‘ହେରାଫେରି ୩’ ନିର୍ମାଣ ପାଇଁ ସଜବାଜ ହେଉଛି ପ୍ରଯୋଜନା ସଂସ୍ଥା । ତେବେ ପୂର୍ବ ଦୁଇ ଫିଲ୍ମର ଲୋକ ପ୍ରିୟ ଚରିତ୍ର ରାଜୁ ଭୂମିକାରେ ଅକ୍ଷୟଙ୍କୁ ଦେଖିବେ ନାହିଁ ଦର୍ଶକେ । ‘ହେରାଫେରି ୩’ରେ ଅକ୍ଷୟଙ୍କ ସ୍ଥାନ ନେବେ କାର୍ତ୍ତିକ ଆର୍ଯ୍ୟନ୍ । ଏ ବାବଦରେ ଚାଲିଥିବା ଚର୍ଚ୍ଚାକୁ ନିଶ୍ଚିତ କରିଛନ୍ତି ‘ହେରାଫେରି’ ସିରିଜର ଅନ୍ୟତମ ବରିଷ୍ଠ କଳାକାର ପରେଷ ରାୱଲ ।