ସତ୍ୟଶିଖା(ଭୁବନେଶ୍ୱର ) ୨୨.୦୧.୨୦୨୨ :ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା । ୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ଅନୁଗୁଳରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ହଜାର ୫୧୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଓମିକ୍ରନ୍ ସହ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ରାଜ୍ୟରେ ୯ ହଜାର ଉପରେ କରୋନା ମାମଲା ଆସୁଛି ।
ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା
