ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୬୦ ଜୀବନ ନେଲା କରୋନା

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୭.୨୦୨୧: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୦୮୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭୭୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୭୩୮୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪ ସଂଖ୍ୟା ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି।

Show More
Back to top button