ରାଜ୍ୟସ୍ୱାସ୍ଥ୍ୟ

ଆଜି ପୁଣି ୬୮ ମୁଣ୍ଡ ନେଲା କରୋନା

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୭.୨୦୨୧:  ରାଜ୍ୟରେ ଏବେ ବି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି କଟକଣା ଲାଗୁ ହେଉଛି । ହେଲେ ତଥାପି କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନାହିଁ । ଗତ କିଛି ଦିନ ଧରି ୫୦ ଉପରେ ମୃତ୍ୟୁ ସଂଖ୍ୟା ରହୁଛି । କହିବାକୁ ଗଲେ ଜଣାପଡୁଛି ରାଜ୍ୟ ସମ୍ପୂର୍ଣ୍ଣ ଭାବେ କରୋନା କବଳିତ । ଯାହା ମୃତ୍ୟୁ ସଂଖ୍ୟାକୁ ପ୍ରମାଣିତ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଘଣାତୀ କରୋନା । ଗଞ୍ଜାମ ଜିଲ୍ଲାରୁ ୭ ଏବଂ ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ଆଉ ୬ ଜଣ ଲେଖାଏ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୫ ଓ ପୁରୀରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଓ ଯାଜପୁର ଜିଲାରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର, କଟକ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡ ଜିଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର, କନ୍ଧମାଳ ଓ ନୂଆପଡା ଜିଲାରୁ ଜଣେ ଲେଖାଏ ସଂକ୍ରମିତଙ୍କର ଜୀବନ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୭୩୦କୁ ବୃଦ୍ଧି ପାଇଛି ।

Show More
Back to top button