

ସତ୍ୟଶିଖା(ଭୁବନେଶ୍ୱର ) ୨୭.୦୧.୨୦୨୨ : ରାଜ୍ୟରେ ବଢ଼ୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଗୋଟିଏ ଦିନରେ ଆଉ ୮ଜଣଙ୍କ ଜୀବନ ନେଲା ମହାମାରୀ ଭୂତାଣୁ । ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡ଼ା ଓ କୋରାପୁଟ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୫୦କୁ ବୃଦ୍ଧିପାଇଛି । ସେପଟେ ଦିନକୁ ଦିନ ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ।