ନ୍ୟୁଜ୍ରାଜ୍ୟ

ଚାଲାଣ ବେଳେ ୭୫ ଗୋରୁ ଉଦ୍ଧାର

ସତ୍ୟଶିଖା( ଜଳେଶ୍ୱର, )୦୯.୧୧ .୨୦୨୧: ଗୋରୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ଗୋରୁ ଚାଲାଣ ରାକେଟର ପର୍ଦାଫାସ । ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ଏପରି ଏକ ରାକେଟର ପର୍ଦାଫାଶ କରିଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ୩ଟି ପିଅକପରେ ଗୋରୁ ଚୋରା ଚାଲାଣ ହେଉଥିଲା ।

ଖବର ପାଇ ପୋଲିସ ଲକ୍ଷ୍ମୀନାଥ ଟୋଲ୍ ପ୍ଲାଜା ନିକଟରେ ଚଢ଼ାଉ କରି ପିକଅପ୍ ଭ୍ୟାନକୁ ଜବତ କରିଥିଲା । ୩ଟି ପିକଅପରୁ ପ୍ରାୟ ୭୫ଟି ଗୋରୁଙ୍କୁ ଉଦ୍ଧର କରାଯାଇଛି । ସେମାନଙ୍କୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି ।

Show More
Back to top button