ଦିଲ୍ଲୀରେ ସୋମବାରଠୁ ହଟିବ କରୋନା କଟକଣା , ଓଡିଶାରେ କେବେ ?

ସତ୍ୟଶିଖା(ଭୁବନେଶ୍ୱର) ୦୬.୦୬.୨୦୨୧: ରାଜ୍ୟରେ ଧିରେ ଧିରେ ସଂକ୍ରମଣ ହାର କମୁଛି । ଟିକାକରଣ ମଧ୍ୟ ସେହି ପରିମାଣରେ ଜୋରଦାର ଚାଲିଛି । କରୋନା ଚେନକୁ ଭାଙ୍ଗିବା ପାଇଁ ଲକଡାଉନ୍ କଟକଣା କଡାକଡି ଭାବେ ପାଳନ ହେଉଛି । ତେବେ ସଂକ୍ରମଣ କମିବା ପରେ ଅନ୍ୟ ରାଜ୍ୟଗୁଡିକ ତାଲାବନ୍ଦ କଟକଣାକୁ ହଟାଇବାକୁ ନିସ୍ପତ୍ତି ନେଇଛନ୍ତି । ସେହି କ୍ରମରେ ଓଡିଶାରେ ସଂକ୍ରମଣ ହାର କମୁଥିବାରୁ ଲକଡାଉନ୍ ରଜ ପରେ ହଟିବ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉପୁଜିଛି ।

ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସୋମବାରଠାରୁ ପର୍ଯ୍ୟାୟକ୍ରମେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତା ସୋମବାରଠୁ ଦିଲ୍ଲୀର ଦୋକାନ ବଜାର ଓ ମଲ ଖୋଲିବାକୁ ଯାଉଛି । ଅଡ-ଇଭେନ ଫର୍ମୂଲାରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ ।

Exit mobile version