ଖେଳ

ସବୁ ଟ୍ରେନିଂ ସ୍ଥଗିତ କଲା ସାଇ

ନୂଆଦିଲ୍ଲୀ: ଦେଶରେ ମେ’ ୩ ତାରିଖରେ ଲକଡାଉନ୍ ଅବଧି ହେବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମଧ୍ୟ ତା’ର ସମସ୍ତ ଟ୍ରେନିଂକୁ ସ୍ଥଗିତ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ବୃଦ୍ଧି କରାଇବାକୁ ଘୋଷଣା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲକଡାଉନ୍ ଯୋଗୁ ସାଇ ତା’ର ସମସ୍ତ କ୍ୟାମ୍ପକୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଥିଲା। ଆମେ ଏପ୍ରିଲ୍ ୧୪ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଷ୍ପତ୍ତି ନେଇ ଯୋଜନା କରୁଥିଲୁ, କିନ୍ତୁ ଏବେ ଯେହେତୁ ଲକଡାଉନକୁ ବଢ଼ାଇ ଦିଆଯାଇଛି, ତେଣୁ ସବୁ ଶିବିର ମଧ୍ୟ ମେ’ ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ।

ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କ ଭଳି ଖେଳାଳିଙ୍କୁ ସାଇ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯିବ। ନୀରଜ ଗତ ମାସରେ ତୁର୍କୀରୁ ଫେରିବା ପରେ ଏନଆଇଏସ୍ ପଟିଆଲାରେ ଅଛନ୍ତି। ସୂତ୍ରରେ କୁହାଯାଇଛି ଯେ ଯେଉଁ ଖେଳାଳି ସାଇ ବେଙ୍ଗାଲୁରୁ ଏବଂ ପଟିଆଲାରେ ଅଛନ୍ତି, ସେମାନେ ପୂର୍ବଭଳି ସେହିଠାରେ ରହିବେ।

[ad_2]
Show More
Back to top button