ଛୁ ମାରିବ କରୋନା ଭୂତାଣୁ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୦୫.୨୦୨୧:  ବର୍ତମାନ କରନା ମହାମାରୀ ପାଇଁ ଘରୋଇ ଉପଚାର ରାମବାଣ ଭଳି କାମ କରୁଛି। ତେଣୁ ଏହିସବୁ ଉପାୟ ଆପଣାଇ ଆପଣ ବି ସୁସ୍ଥ ରହିପାରିବେ।

– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।
– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।
ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
– ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଲି ପେଟରେ ଚମନପ୍ରସ୍‍ , ହଳଦୀ ମିଶ୍ରିତ ଖିର ନିୟମିତ ପିଅନ୍ତୁ।
– ତୁଳସୀ, ଡାଲଚିନି, ଅଦା, ଗୋଲମରିଚ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଦିନକୁ ଥରେ ନିଶ୍ଚୟ ପିଅନ୍ତୁ।ସ୍ୱାଦ ପାଇଁ ଆପଣ ଏଥିରେ ଗୁଡ, କିସମିସ କିମ୍ବା ଗୁଜୁରାତି ମଧ୍ୟ ପକାଇ ପ୍ରସ୍ତୁତ କରିପାରିବେ।
– ନଡିଆର ନିୟମିତ ବ୍ୟବହାର କରନ୍ତୁ।
– ଦିନକୁ ୨ ରୁ ୩ ଥର ବାମ୍ଫ (ଷ୍ଟିମ) ନିଅନ୍ତୁ।
-ଲବଙ୍ଗ ଓ ମହୁକୁ ମିଶାଇ ସେବକ କରନ୍ତୁ ଏହା ଗଳା ଜନିତ ବହୁ ସମସ୍ୟା ଦୂର କରିଥାଏ।
ଜୁଆଣି ଓ ପୁଦିନାପତ୍ରକୁ ଉଷୁମ ପାଣିରେ ପକାଇ ଏହାର ବାଷ୍ପକୁ ଦିନକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।

Exit mobile version