ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା

ସତ୍ୟଶିଖା(ଭୁବନେଶ୍ୱର )୦୫.୧୧ .୨୦୨୧:  ଅକ୍ଟୋବର ପରେ ନଭେମ୍ବରରେ ଆସିଛି ଖୁସି ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବୋେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆଜି ୩ ଜିଲ୍ଲାରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଖୋର୍ଦ୍ଧ, ମୟୂରଭଞ୍ଜ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୬୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୦୮୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Show More
Back to top button