ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧: ରାଜଧାନୀରେ କଙ୍ଗାରୁକୋର୍ଟ । ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ବା ସହ ଉଠ ବସ୍ କରିବା ଅଭିଯୋଗରେ ସାଲିଆ ସାହିରୁ 3 ଜଣ ମହିଳାଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି ।
ବିନା ଦୋଷରେ ଦଣ୍ଡ ଦେବା ସହ ୫୦୦୦ ହଜାର ଟଙ୍କା ଜୋରିମାନା କରିଥିଲେ ଏହି ତିନି ଜଣ ମହିଳା । ଏମାନେ ସାଲିଆ ସାହି ଅଞ୍ଚଳରେ ବହୁ ଦିନ ହେବ ଆତଙ୍କ ମଚାଉ ଥିବା ସୂଚନା ମିଳିଛି ।