ଟିଭିମନୋରଞ୍ଜନସିନେମା

ଉପସ୍ଥାପିକା ହେବେ କଙ୍ଗନା

ସତ୍ୟଶିଖା(ମୁମ୍ବଇ) ୦୪.୦୨.୨୦୨୨ :  ଖୁବଶୀଘ୍ର ଏକ ରିୟାଲିଟି ଶୋ’ର ଉପସ୍ଥାପିକା ଭାବେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଅମିତାଭ ବଚ୍ଚନ, ସଲମାନ୍ ଖାନ, କପିଲ୍ ଶର୍ମା ଓ ରୋହିତ ସେଟ୍ଟୀଙ୍କ ପରି ଲୋକପ୍ରିୟ ଚେହେରା ପୂର୍ବରୁ ଟିଭି ରିୟାଲିଟି ଶୋ’ରେ ଉପସ୍ଥାପନା କରୁଥିବା ବେଳେ ଏବେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଉପସ୍ଥାପିକା ସାଜିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଏକତା କପୁର ପ୍ରଯୋଜିତ ରିୟାଲିଟି ଶୋ’ରେ ଉପସ୍ଥାପିକା ହେବେ କଙ୍ଗନା। ଏହି ଶୋ’ ପୁଣି ସବୁଠୁ ନିର୍ଭୀକ ରିୟାଲିଟି ଶୋ’ ବୋଲି କୁହାଯାଉଛି। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାକୁଥିବା ଏହି ଶୋ’  ‘ବିଗ୍ ବସ୍’ ସହ ସମକକ୍ଷ ହେବ ବୋଲି କୁହାଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ ବାକି ଅଛି।

ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ୧୩ରୁ ୧୫ଜଣ ପ୍ରତିଯୋଗୀ ଭାଗ ନେବେ। ୮ରୁ ୧୦ ସପ୍ତାହ ଧରି ଚାଲିବ ଏହି ​‌ଶୋ’। ଏହାକୁ ଅଲ୍‌ଟ ବାଲାଜୀ ଓ ଏମଏକ୍ସ ପ୍ଲେୟାର ମାଧ୍ୟମରେ ଦର୍ଶ‌କ ଦେଖିପାରିବେ।

Show More
Back to top button