ସତ୍ୟଶିଖା (ମୁମ୍ବାଇ) ୧୪/୧୦/୨୦୨୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ଏବେ ନିଜ ନୂଆ ଫିଲ୍ମ ‘ଥଲାଇବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ ଦିବଂଗତ ରାଜନୈତିକ ନେତ୍ରୀ ଜୟଲଲିତାଙ୍କ ଭୂମିକାରେ ନଜର ଆସିବେ । ଥଲାଇବି ଚରିତ୍ରରେ ଫିଟ୍ ହେବା ପାଇଁ କଙ୍ଗନା ନିଜର ଓଜନ ବଢ଼ାଇଥିଲେ । କିନ୍ତୁ ଏବେ ସେ ନିଜର ଓଜନ କମ୍ କରିବା ଆରମ୍ଭ କରି ଦେଇଛନ୍ତି । କଙ୍ଗନା ନିଜର ଓଜନ କମ୍ କରିବାର ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଥିଲେ । ସେ ଯୋଗ କରୁଥିବାବେଳେ ନିଜର ଏକ ଫଟୋ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । କଙ୍ଗନା କ୍ୟାପସନରେ ଲେଖିଛନ୍ତି ଯେ ‘ଥଲାଇବି ପାଇଁ ସେ ନିଜର ୨୦କିଲୋ ଓଜନ ବଢ଼ାଇଥିଲେ । ଫିଲ୍ମଟି ସମ୍ପୂର୍ଣ୍ଣ ହେବା ଉପରେ ହୋଇଗଲାଣି । ଏପରି କ୍ଷେତ୍ରରେ ତାଙ୍କୁ ନିଜ ପୁରୁଣା ସେପରେ ଫେରିବାର ଆବଶ୍ୟକତା ରହିଛି । ସକାଳେ ଶୀଘ୍ର ଉଠି ଜଗିଂରେ ଯାଉଛନ୍ତି । ଏହି ଯାତ୍ରାରେ ତାଙ୍କ ସହ କିଏ କିଏ ଅଛନ୍ତି?
ଏହା ପୂର୍ବରୁ କଙ୍ଗନା ‘ଥଲାଇବି’ ପାଇଁ ୭ମାସ ପରେ ପୁଣି ଥରେ ସୁଟିଂ କରିବାର ସୂଚନା ଦେଇଥିଲେ । ସେ ଟ୍ବିଟର ଆକାଉଣ୍ଟରେ ନିଜର କିଛି ସେଲଫି ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ ଯେ ମୋର ପ୍ରିୟ ବନ୍ଧୁ ଆଜି ବହୁତ ଖାସ୍ ଦିନ । ୭ମାସ ପରେ ଆଜି କାମକୁ ଫେରୁଛି । ନିଜର ସବୁଠୁ ମହତ୍ବାକାଂକ୍ଷୀ ଦ୍ବିଭାଷୀୟ ପ୍ରୋଜେକ୍ଟ ଥଲାଇବି ପାଇଁ ଦକ୍ଷିଣ ଭାରତ ଆଡ଼କୁ ଯାଉଛି । ମହାମାରୀର ଏହି କଠିନ ସମୟରେ ଆପଣଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି । ସେ ଆଗକୁ ଲେଖିଛନ୍ତି ଯେ,‘ ବାସ୍ ଏ କିଛି ସେଲଫି ସକାଳେ କ୍ଲିକ୍ କରିଥିଲି । ଆଶା ରହିଛି ଯେ ଏଗୁଡ଼ିକ ଆପଣ ସମସ୍ତଙ୍କୁ ପସନ୍ଦ ଆସିବ ।’
