ସତ୍ୟଶିଖା (ମୁମ୍ବାଇ) ୩/୧୧/୨୦୨୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସୋସିଆଲ ମିଡିଆରେ ନିଜ ଅଜବ ରାୟ ରଖିଥାନ୍ତି । ଏହି କାରଣ ଯୋଗୁଁ ଅନେକ ଥର ଉଭୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କିଛି ଦିନ ତଳେ ଉଭୟଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାରେ ପଚରାଉଚୁରା ପାଇଁ ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ସମନ ପଠାଇଛି ।
କଙ୍ଗନା-ରଙ୍ଗୋଲିଙ୍କ ବିରୋଧରେ ଧାର୍ମିକ ଭାବନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ
