
ସତ୍ୟଶିଖା (ମୁମ୍ବାଇ) ୩/୧୧/୨୦୨୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସୋସିଆଲ ମିଡିଆରେ ନିଜ ଅଜବ ରାୟ ରଖିଥାନ୍ତି । ଏହି କାରଣ ଯୋଗୁଁ ଅନେକ ଥର ଉଭୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କିଛି ଦିନ ତଳେ ଉଭୟଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାରେ ପଚରାଉଚୁରା ପାଇଁ ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ସମନ ପଠାଇଛି ।ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ନଭେମ୍ବର ୧୦ତାରିଖରେ ପଚରାଉଚୁରା ପାଇଁ ଡକାଇଛି । ଏହା ପୂର୍ବରୁ ମଧ୍ୟ ୨ଜଣଙ୍କୁ ନୋଟିସ୍ ପଠାଯାଇଥିଲା କିନ୍ତୁ କଙ୍ଗନା କହିଥିଲେ ଯେ ଘରେ ବିବାହ ହେବା କାରଣରୁ ସେ ଉପସ୍ଥିତ ହୋଇ ପାରିବେ ନାହିଁ । ଏବେ ଅଭିନେତ୍ରୀଙ୍କୁ ପଚରାଉଚୁରା ପାଇଁ ବାନ୍ଦ୍ରା ପୋଲିସ୍ ନୂଆ ତାରିଖ ପଠାଇଛି । ଆବେଦନରେ କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ,କଳାକାରଙ୍କୁ ହିନ୍ଦୁ-ମୁସଲିମ୍ ମଧ୍ୟରେ ବାଣ୍ଟିବା ଏବଂ ସାମାଜିକ ଏକତା ଭଙ୍ଗ କରିବାର ଅଭିଯୋଗ ଲଗାଯାଇଛି ।
କିଛି ଦିନ ତଳେ କଙ୍ଗନାଙ୍କ ଭାଇ କରଣଙ୍କ ବିବାହ ହୋଇଛି ଏବଂ ଖୁବ୍ ଶୀଘ୍ର କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ମଧ୍ୟ ବିବାହ ହେବାକୁ ଯାଉଛି । ଏହି ଅବସରରେ ନିକଟରେ ସେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ସିଂହ ଠାକୁରଙ୍କୁ ଭେଟିଥିଲେ ଏବଂ ଭାଇଙ୍କ ବିବାହରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିବାହ କାର୍ଡ଼ ଦେଇ କଙ୍ଗନା ରଣୌତ ଟ୍ବିଟରରେ କିଛି ଫଟୋ ମଧ୍ୟ ସେୟାର କରିଥିଲେ ।