କନ୍ଦାଇଲାଣି ପିଆଜ


ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : କନ୍ଦାଇଲାଣି ପିଆଜ ଦର । ଗତ କେଇଟା ଦିନରେ ପିଆଜ ଦର ଡବଲ । କାଟିଲେ ନୁହେଁ ଏବେ ପିଆଜ ଦେଖିଲେ ଖାଉଟିଙ୍କୁ କାନ୍ଦ ଲାଗିଲାଣି । ଯେଉଁ ପିଆଜକୁ 30 ରୁ 40 ଟଙ୍କା ଦେଇ କିଣୁଥିଲେ ତାହା ଏବେ 60 ପାର୍ । ଏପରିକି କିଛି ଖୁଚୁରା ବେପାରୀ ମନ ଇଚ୍ଛା ଦରରେ ପିଆଜ ବିକ୍ରୀ କରୁଛନ୍ତି । କେଉଁ ସ୍ଥାନରେ କେତେ ନେଉଛି କିଛି ସ୍ପଷ୍ଟ ଜଣାପଡୁନାହିଁ । ପିଆଜ ଦର ହଠାତ୍ ଏପରି ବଢିଯିବା ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ।
ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନ ଥିବା ବେଳେ ଏବେ ରାଜ୍ୟରେ ପିଆଜ ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଛି। ତେବେ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ ନାସିକରେ ପିଆଜ ଅଧିକ ଦାମ ଅଧିକ ରହୁଥିବାରୁ ରାଜ୍ୟରେ ପିଆଜ ଦାମ ବୃଦ୍ଧି ପାଉଛି।
ପିଆଜ ପାଇଁ ରାଜ୍ୟକୁ ମୁଖ୍ୟତଃ ନାସିକ ବଜାର ଉପରେ ନିର୍ଭର କରିବାକୁ ପଡୁଛି । ଆଗାମୀ ଦିନରେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରୁ ପିଆଜ ଆସିଲେ ଦର ସ୍ୱାଭାବିକ ହେବ । ହେଲେ ଏଥିପାଇଁ ପାଖାପାଖି ମାସେ ସମୟ ଲାଗିବ ।