

ସତ୍ୟଶିଖା( ଭୁବନେଶ୍ୱର )୧୬.୦୭ . ୨୦୨୨: ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ପରି ସୁନା ଓ ରୁପା ଦର ମଧ୍ୟ ବଦଳି ଥାଏ। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦ ହଜାର ୭୩୦ ଟଙ୍କା ଥିବା ଜଣାଯାଇଛି।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୫୦୦ ଟଙ୍କା ଓ ୫୦ ହଜାର ୭୩୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୫୦୦ ଟଙ୍କା ଓ ୫୦ ହଜାର ୭୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୫୦୦ଟଙ୍କା ଓ ୫୦,୭୩୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୫୦୦ ଟଙ୍କା ଓ ୫୦ ହଜାର ୭୩୦ ଟଙ୍କା ରହିଛି।ଅନ୍ୟପଟେ ରୁପା ମୂଲ୍ୟ ଆଜି କମିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୫ ହଜାର ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।