ସତ୍ୟଶିଖା(ଭୁବନେଶ୍ୱର )୨୬.୦୫.୨୦୨୨ : ତେଲ ଦର ହ୍ରାସ ପାଇଥିବାରୁ ବସଭଡ଼ା ମଧ୍ୟ ହ୍ରାସ ପାଇଛି । ସ୍ୱୟଂକ୍ରିୟ ପଦ୍ଧତିରେ ବସ ଭଡ଼ା ହ୍ରାସ ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ସାଧାରଣ ବସ ଭଡ଼ା କିଲୋମିଟର ପିଛା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୯୬ ପଇସା ଥିବାବେଳେ ଏବେ ତାହା ୯୩ ପଇସା ହୋଇଛି । ଏହାଛଡ଼ା ଡିଲକ୍ସ ବସଭଡ଼ା ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସାକୁ କମିଛି । ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୧ ଟଙ୍କା ୬୩ ପଇସାରୁ ୧ଟଙ୍କା ୫୭ ପଇସାକୁ ହ୍ରାସ ପାଇଛି । ସେହିପରି ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୪୪ ପଇସାକୁ କମିଛି ।
ସୂଚନାଯୋଗ୍ୟଯେ, ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଟିକସ ହ୍ରାସ କରିଥିଲେ । ଫଳରେ ତେଲ ଦର ହ୍ରାସ ପାଇଛି । ତେଲ ଦର ହ୍ରାସ ଓ ବୃଦ୍ଧି ଅନୁସାରେ ବସ ଭଡ଼ା ବୃଦ୍ଧି ଓ ହ୍ରାସ ଘଟୁଛି । ଏନେଇ ଏକ ସ୍ୱୟଂକ୍ରିୟ ପଦ୍ଧତି କରାଯାଇଛି । ପୂର୍ବରୁ କିନ୍ତୁ ବସଭଡ଼ା ବୃଦ୍ଧି ପାଇଁ ବସ ମାଲିକମାନଙ୍କୁ ଆନେ୍ଦାଳନ କରିବାକୁ ପଡୁଥିଲା ।