ଦେଶ

ଆଜି ପଞ୍ଚଭୂତରେ ଲୀନ ହେବେ କଲ୍ୟାଣ ସିଂ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୩.୦୮ .୨୦୨୧: ପଞ୍ଚଭୂତରେ ବିଲୀନ ହେବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ବିଗତ ଦିନର ରାଜ୍ୟପାଳ କଲ୍ୟାଣ ସିଂହ । ବୁଲନ୍ଦସହର ଜିଲ୍ଲା ନରୌରାସ୍ଥିତ ରାଜଘାଟରେ କରାଯିବ ଅନ୍ତିମ ସଂସ୍କାର । କଲ୍ୟାଣ ସିଂହଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ସାମିଲ ହେବେ । କଲ୍ୟାଣ ସିଂହଙ୍କ ଅନ୍ତିମ ଯାତ୍ରାରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ତାଙ୍କର ଅନ୍ତିମ ଯାତ୍ରା ଆଲିଗଡ଼ ଅହିଲ୍ୟାବାଇ ହେଲାକର ଷ୍ଟାଡିୟମରୁ ବାହାରିବ । ପରେ ତାଙ୍କର ପୈତୃକ ଗାଁ ଅତରୌଲୀ ହୋଇ ବୁଲନ୍ଦସହର ନରୌରାସ୍ଥିତ ରାଜଘାଟରେ ଅପରାହ୍ନ ୩ଟାରେ ପହଞ୍ଚିବ । ଅନ୍ୟପଟରେ ରାଜଘାଟରେ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି । ଗତ ଶନିବାର ରାତିରେ ୮୯ ବର୍ଷ ବୟସରେ ଲକ୍ଷ୍ନୌ ସ୍ଥିତ ଏସଜିପିଜିଆଇରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

Show More
Back to top button