ସ୍ୱାସ୍ଥ୍ୟ

ରୋଗ ପ୍ରତିରୋଧକ ଶକ୍ତି ବଢାଏ କଲରା

ସତ୍ୟଶିଖା(ଭୁବନେଶ୍ୱର) ୦୭ .୦୭.୨୦୨୧: 

କଲରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୁଏ। କଲରାର ସ୍ୱାଦ ତିକ୍ତ ହୋଇଥିଲେ ଏହାକୁ ଖାଇବା ଦ୍ଵାରା ଗଣ୍ଠି ଯନ୍ତ୍ରଣା, ବାନ୍ତି, ଝାଡ଼ା ଓ ମୋଟାପଣରୁ ମୁକ୍ତି ମିଳିଥାଏ। କଲରା ଔଷଧୀୟ ଗୁଣରେ ଭରପୁର। ତେବେ ଆସନ୍ତୁ ଜାଣିବା ସେ ବିଷୟରେ..
୧-କଲରାରେ ଫସଫରସ୍ ରହିଥିବା କଫ, କୋଷ୍ଠକାଠିନ୍ୟ ଓ ହଜମ ପ୍ରକ୍ରିୟାକୁ ଦୂର କରିଥାଏ। ହଜମ ପ୍ରକ୍ରିୟାକୁ ମଧ୍ୟ କରିଥାଏ ଉନ୍ନତ।

୨-ଆଜମା ରୋଗୀଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ।

୩-ପେଟରେ ଗ୍ୟାସ୍ ଦୁର କରିବାରେ ସହାୟକ ହୋଇଥାଏ କଲରା। ଏହାର ରସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗର ଚିକିତ୍ସା କରାଯାଇପାରିବ।

୩-କଲରା ଜୁସ୍ ପିଇବା ଦ୍ୱାରା ଲିଭର୍ ମଜବୁତ ହେବା ସହିତ ଏଥିସହ ଜଡିତ ସମସ୍ୟା ଦୁର ହୋଇଥାଏ। ପ୍ରତିଦିନ ଏକ ଗ୍ଲାସ୍ କଲରା ଜୁସ୍ ପିଇଲେ ଜଣ୍ଡିସ ସମସ୍ୟାରୁ ମୁକ୍ତି ମିଳେ।

୪-କଲରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଡାଏବେଟିଡ୍ ରୋଗୀଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ।

୫-କଲରା ଜୁସ୍ ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଲରାରେ କ୍ୟାଲୋରୀ ପରିମାଣ ବହୁତ କମ୍। ଏହି କାରଣରୁ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ ଓ ଓଜନ ବୃଦ୍ଧି ହୋଇନଥାଏ।

Show More
Back to top button