ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ପିତୃ ପକ୍ଷ : ଜାଣନ୍ତୁ ଏହାର ମହତ୍ୱ l


ସତ୍ୟଶିଖା ( ଭୁବନେଶ୍ୱର ) ୩୧.୦୮.୨୦୨ ୦ : ପାଞ୍ଜି ଅନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦଶୀ ତିଥିରୁ ପିତୃ ପକ୍ଷ ଆରମ୍ଭ ହେଉଛି | ଏହି ଦିନ ଚତୁର୍ଦଶୀ ତିଥି ପ୍ରାତଃ ୯ଟା ୩୮ ମିନିଟରେ ସମାପ୍ତ ହେଉଛି | ଏହାପରେ ପୂର୍ଣ୍ଣମୀ ତିଥି ଆରମ୍ଭ ହେବ | ପୂର୍ଣ୍ଣମୀ ତିଥିକୁ ପ୍ରଥମ ଶ୍ରାଦ୍ଧ ଅଛି ଯାହାକୁ ପୂର୍ଣ୍ଣମୀ ଶ୍ରାଦ୍ଧ ମଧ୍ୟ କୁହାଯାଏ |
ପିତୃ ପକ୍ଷରେ ପିତୃଙ୍କୁ ଶ୍ରାଦ୍ଧ ଦେଲେ ପୁଣ୍ୟ ପ୍ରାପ୍ତି ହୁଏ | ଜ୍ୟୋତିଷଶାସ୍ତ୍ର ଅନୁସାରେ, ମନୁଷ୍ୟ ଜାତକରେ ଅନେକ ପ୍ରକାର ଦୋଷ ସମ୍ପର୍କରେ କୁହାଯାଇଛି | ପିତୃ ଦୋଷ ମଧ୍ୟ ସେଥିରୁ ଗୋଟିଏ | ପିତୃ ଦୋଷ କାରଣରୁ ବ୍ୟକ୍ତିଙ୍କ ଜୀବନରେ ସର୍ବଦା କଷ୍ଟ, ସଙ୍କଟ, ସଂଘର୍ଷ ଓ ସମସ୍ୟା ଲାଗି ରହିଥାଏ | ସେଥିପାଇଁ ପିତୃ ଦୋଷ ନିବାରଣ ଅତ୍ୟନ୍ତ ଆବଶ୍ୟକ | ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ ଜରିଆରେ ପିତୃଙ୍କ ଅଭର ପ୍ରକଟ କରାଯାଇଥାଏ | ଶ୍ରଦ୍ଧା ଦେଲେ ପିତୃ ପ୍ରସନ୍ନ ହୁଅନ୍ତି | ଶ୍ରଦ୍ଧା କର୍ମ କଲେ ପିତୃଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ |
ବୈଦିକ ଧର୍ମ ଅନୁସାରେ, ପିତୃଙ୍କ ଶ୍ରାଦ୍ଧ ତାଙ୍କ ମୃତ୍ୟୁ ତିଥିରେ କରାଯିବ ଉଚିତ | ପିତାଙ୍କ ଶ୍ରାଦ୍ଧ ଅଷ୍ଟମୀରେ ଓ ମାତାଙ୍କ ଶ୍ରାଦ୍ଧ ନବମୀ ତିଥିରେ କରିବା ଶ୍ରେଷ୍ଠ ହୋଇଥାଏ | ଅକାଳ ମୃତ୍ୟୁ ହୋଇଥିଲେ ଚତୁର୍ଦଶୀ ତିଥିରେ ଶ୍ରାଦ୍ଧ ଦେବା ଉଚିତ | ସାଧୁ ଓ ସନ୍ୟାସୀଙ୍କ ଶ୍ରାଦ୍ଧ ଦ୍ୱାଦଶୀ ତିଥିରେ କରାଯାଏ | ଯଦି ପିତୃଙ୍କ ମୃତ୍ୟୁ ତିଥି ଜ୍ଞାତ ନୁହେଁ ତାହେଲେ ତାଙ୍କ ଶ୍ରାଦ୍ଧ ଅମାବାସ୍ୟା ଦିନ କରିବା ଉଚିତ |
ପିତୃ ପକ୍ଷରେ ପିଣ୍ଡଦାନର ମଧ୍ୟ ମହତ୍ୱ ରହିଛି | ପିଣ୍ଡଦାନରେ ଚାଉଳ, ଗାଈ କ୍ଷୀର, ଘିଅ, ଗୁଡ, ମହୁ ମିଶାଇ ପିଣ୍ଡରେ ପିତୃଙ୍କୁ ଅର୍ପଣ କରାଯାଏ | ଏହାସହ ଜଳରେ କଳା ରାଶି, କୁଶ, ଧଳା ଫୁଲ ମିଶାଇ ଅର୍ପଣ କରାଯାଏ |
ଶ୍ରାଦ୍ଧ କରିବା ଦ୍ୱାରା ପିତୃଙ୍କ କୃପା ପ୍ରାପ୍ତ ହୋଇଥାଏ | ପିତୃ ପକ୍ଷରେ ଦାନର ମଧ୍ୟ ପରମ୍ପରା ରହିଛି | ଶ୍ରାଦ୍ଧ କରିବା ଦ୍ୱାରା ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ଥିଲେ ଦୋଷ ସମାପ୍ତ ହୋଇଥାଏ | ଯାହାଫଳରେ ରୋଗ, ଆର୍ଥିକ ସଙ୍କଟ, କାର୍ଯ୍ୟ ବାଧା ଆଦି ସମସ୍ୟା ଦୂର ହୋଇଥାଏ | ଏହାଦ୍ୱାରା ପରିବାରରେ ମନାନ୍ତର ଓ କଳହ ମଧ୍ୟ ଦୂର ହୋଇଥାଏ | ଘରେ ବୟସ୍କ ସଦସ୍ୟଙ୍କ ସମ୍ମାନ ବଢିଥାଏ | ପିତୃ ପକ୍ଷରେ ଧୈର୍ଯ୍ୟ ଓ ଚିତ୍ତ ଶାନ୍ତ ରଖି କାର୍ଯ୍ୟ କରିବା ଉଚିତ | ଆମିଷ, ମଦ୍ୟପାନ, ଭୁଲ କର୍ମ ଆଦିଠାରୁ ଦୁରେଇ ରହିବ ଉଚିତ | ଏହି ସମୟରେ କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା ଅନୁଚିତ |