ଜୁଲାଇ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ ୬ଟି ରାଫେଲ ଯୁଦ୍ଧ ବିମାନ


ନୂଆଦିଲ୍ଲୀ: ଗେମ ଚେଞ୍ଜର କୁହାଯାଉଥିବା ରାଫେଲ ଯୁଦ୍ଧ ବିମାନ ଖୁବଶୀଘ୍ର ଭାରତ ପାଖରେ ପହଞ୍ଚିବାକୁ ଯାଉଛି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ଭାରତ ପାଖରେ ‘ଫୁଲ ଲୋଡେଡ୍’ ୬ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି। ଏଥିରେ ଲଙ୍ଗ ରେଞ୍ଜ ମେଟୋରୋ ଏୟାର-ଟୁ-ଏୟାର ମିସାଇଲ ଖଞ୍ଜା ଯାଇଛି।
ଏହା ୧୫୦ କିମି ଦୂରରୁ ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରଖିଛି। ରାଫେଲ ଭାରତରେ ପହଞ୍ଚିଲେ ଭାରତୀୟ ବାୟୁସେନାର କ୍ଷମତା ଦୁଇ ଗୁଣିତ ହୋଇଯିବ ବୋଲି ଆଶା କରାଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନର ସ୍ଥିତି ଓ ଫ୍ରାନ୍ସରେ ଭାରତୀୟ ପାଇଲଟଙ୍କ ଟ୍ରେନିଂ ଦେଖି ଲାଗୁଛି ଯେ ଜୁଲାଇ ଶେଷ ସୁଦ୍ଧା ଭାରତରେ ୬ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚିଯିବ। ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇ ଏଗୁଡ଼ିକ ଆସୁଛି ଓ ଅଗଷ୍ଟ ପ୍ରଥମ ସପ୍ତାହରୁ ଏହା ଯୁଦ୍ଧ କୌଶଳ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଯିବ।
ଆହୁରି ପଢ଼ନ୍ତୁ
ଏହି ୬ଟି ଯୁଦ୍ଧ ବିମାନରୁ ୪ଟି ଅମ୍ବାଲା ଏୟାର ଫୋର୍ସ ଷ୍ଟେସନରେ ମୁତୟନ ହୋଇ ରହିବେ। ସେହିପରି ପଶ୍ଚିମବଙ୍ଗର ହଶିମାରା ଷ୍ଟେସନରେ ରହିବ। ଅନ୍ୟପକ୍ଷରେ ୨୦୨୨ ସୁଦ୍ଧା ଆଉ ୩୬ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି।
ଜୁନ୍ ୨ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କ ସହ ରାଫେଲ ଯୁଦ୍ଧ କେବେ ପହଞ୍ଚିବ, ସେ ବିଷୟରେ କଥା ହୋଇଥିଲେ। ଏହି ସମୟରେ ଧାର୍ଯ୍ୟସୂଚୀ ଅନୁସାରେ ଭାରତକୁ ରାଫେଲ ଦିଆଯିବ ବୋଲି ସେ ରାଜନାଥ ସିଂହଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଆହୁରି ପଢ଼ନ୍ତୁ
[ad_2]