ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଗିରଫ…..

ସତ୍ୟଶିଖା  (ବ୍ରହ୍ମପୁର): ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ। ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଆତଙ୍କ ରାଜ୍ ଖେଳାଇ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଘଡେଇ। ପୋଲିସ୍‌ର ସୂଚନା ଅନୁସାରେ କୈଳାସଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍ ଲାଗୁ ହୋଇଛି। ବଡ ବଜାର ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍ ତରାଜ୍ ଭଳି ୧୦ଟି ସଂଗୀନ୍ ମାମଲା ରହିଥିବା ପୁଲିସ୍ କହିଛି। ପୂର୍ବରୁ ଗିରଫ ହୋଇଥିବା ବେଳେ ତାଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍ ଲଗାଇବାକୁ ବ୍ରହ୍ମପୁର ପୁଲିସ୍ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲା। ଜିଲ୍ଲାପାଳ ତାକୁ ଆଜି ଅନୁମୋଦନ କରିଥିବା ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର କହିଛନ୍ତି।

Exit mobile version