କଂଚାଲଙ୍କା ମଟନ


ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : ଆବଶ୍ୟକ ସାମଗ୍ରୀ-
ମଟନ, କଂଚାଲଙ୍କା, ସୋରିଷ ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଗରମ ମସଲା, ଧନିଆ ପାଉଡର, ଧନିଆ ପତ୍ର, କଂଚାଲଙ୍କା ପେଷ୍ଟ, ଟମାଟୋ, ଲବଙ୍ଗ, ଗୁଜୁରାତି, ଡାଲଚିନି, ଗୁଜୁରାତି, ଅଦା, ରସୁଣ, ପିଆଜ, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମଟନକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର ଗୋଳାଇ ରଖିବେ । ତାପରେ ସେଥିରେ ଅଦା, ରସୁଣ ପେଷ୍ଟ, କଟା ପିଆଜ, କଟା କଂଚା ଲଙ୍କା, ଧନିଆ ପାଉଡର, ଲଙ୍କା ପାଉଡର, କଟା ଧନିଆ ପତ୍ର ପକାଇ ଗୋଳାଇ ରଖିବେ । ଏହାପରେ ଗ୍ୟାସରେ କୁକର୍ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟା କଂଚା ଲଙ୍କା, ଗୋଲମରିଚ, ଲବଙ୍ଗ, ଡାଲଚିନି, ଗୁଜୁରାତି ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ, ସେଥିରେ ଗୋଳାଇ ରଖିଥିବା ମସଲା ମଟନ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲେମ୍ବୁ ରସ, ମଟନ ମସଲା, କଟା ଟମାଟୋ, କଂଚା ଲଙ୍କା ପେଷ୍ଟ ପକାଇ ମିକ୍ସ କରିବେ । ତାପରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି, କୁକର୍ ବନ୍ଦ କରି, ମଧ୍ୟମ ଆଂଚରେ ମଟନକୁ ସିଝିବାକୁ ଛାଡିବେ । ଦେଖିବେ ମଟନ ସିଝିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ କୁକର୍ ଖୋଲି ସେଥିରେ ଗରମ ମସଲା ପକାଇବେ । ପ୍ରସ୍ତୁତ ହୋଇଗଲା କଂଚାଲଙ୍କା ମଟନ । ଏବେ ଗରମ ଗରମ ଏହାର ମଜା