

ସତ୍ୟଶିଖା (ଭୁବନେଶ୍ୱର) ୬/୧୧/୨୦୨୦ : ଓଏଏସ୍ ଅଧିକାରୀଙ୍କ ଘରେ ନାବାଳିକାଙ୍କ ଦୁଷ୍କର୍ମ ଘଟଣାରେ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି ଗିରଫ । କମିସନରେଟ୍ ପୋଲିସ୍ ସହାୟତାରେ ବାଲିଚନ୍ଦ୍ରପୁର ପୋଲିସ୍ ତାଙ୍କୁ ଗିରଫ କରିଛି । ପ୍ରଫୁଲଙ୍କ ସ୍ଵାସ୍ଥ ପରୀକ୍ଷା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।
ସୂଚନାଥାଉକି ଭୁବନେଶ୍ୱର ସ୍ଥିତ ଶୈଳଶ୍ରୀ ବିହାରରେ ବିଏମ୍ସି ନର୍ଥ ଜୋନ୍ ପ୍ରମୋଦ ପୃଷ୍ଟିଙ୍କ ଘରେ ପୀଡିତା ସହାୟିକା ଭାବେ କାମ କରୁଥିଲେ । ସେଠାରେ କାମ କରିବା ସମୟରେ ଓଏଏସ୍ ଅଧିକାରୀଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ । ମିଳିଥିବା ସୂଚନା ଅନୁସାରେ, ଗଲା ୫-୬ମାସ ଧରି ପ୍ରମୋଦଙ୍କ ଶ୍ବଶୂର ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଆସୁଥିଲେ ।
ଏକଥା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଭୟରେ ନାବାଳିକା ଜଣକ କାହାକୁ କିଛି କହିନଥିବା ବେଳେ ଗଲା ଦୁର୍ଗାପୂଜା ସମୟରେ ଘରକୁ ଯାଇଥିଲେ । ଆଉ ଝିଅ ସହ ଏଭଳି ଘଟଣା ଘଟିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହି ଘଟଣା ଜାଣିବା ପରେ ପୀଡିତା ଗର୍ଭବତୀ ଥିବା କଥା ଜାଣିବାକୁ ପାଇଥିଲେ ନାବାଳିକାଙ୍କ ମାଆ । ଏହାପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଏବଂ ତାଙ୍କ ମାଆ ।