ଦେଶ

ଜଷ୍ଟିସ୍‌ ଏନ୍‌. ଭି. ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ସତ୍ୟଶିଖା(ନୂଆଦିଲ୍ଲୀ) ୦୬.୦୪.୨୦୨୧:  ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା ହେବେ ଭାରତର ୪୮ ତମ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍‌ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏପ୍ରିଲ ୨୪ରେ ସେ ଶପଥ ନେବେ । ଜଷ୍ଟିସ୍‌ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍‌ । ମାର୍ଚ୍ଚ ୨୪ ତାରିଖରେ ଚିଫ୍‌ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ରମନାଙ୍କ ନାଁକୁ ସୁପାରିଶ କରିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସେବା ନିବୃତ ହେବେ ।

୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନବରମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା । ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଥିଲେ । ସେ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ସେବା ନିବୃତ ହେବେ ।

Show More
Back to top button