କରୋନା ମୁକାବିଲା ପାଇଁ ‘ପିଏମ୍ କେୟାର୍ସ’ ଫଣ୍ଡରେ ଦାନ କରିବାକୁ ମୋଦିଙ୍କ ଆହ୍ୱାନ


ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିକ ସୁରକ୍ଷା ପାଇଁ ଆହ୍ୱାନ ଭାବେ ଛିଡ଼ା ହୋଇଛି କରୋନା ଭାଇରସ୍। ଏଭଳି ସମୟରେ ଭାରତର ବିଭିନ୍ନ ଲୋକ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରୁଥିବାରୁ ସେମାନଙ୍କ ପାଇଁ ‘ପିଏମ୍ କେୟାର୍ସ’ ନାମରେ ଏକ ଫଣ୍ଡ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି।
It is my appeal to my fellow Indians,
Kindly contribute to the PM-CARES Fund. This Fund will also cater to similar distressing situations, if they occur in the times ahead. This link has all important details about the fund. https://t.co/enPvcqCTw2
— Narendra Modi (@narendramodi) March 28, 2020
ଆହୁରି ପଢ଼ନ୍ତୁ
ଏହାର ପୂର୍ଣ୍ଣ ନାମ ରହିଛି, “ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଇମର୍ଜେନ୍ସି ସିଚ୍ୟୁଏସନ୍ସ ଫଣ୍ଡ”। ବର୍ତ୍ତମାନ କରୋନା ଯେଉଁଭଳି ଜରୁରୀକାଳୀନ ସ୍ଥିତି ସୃଷ୍ଟି କରିଛି। ଆଗକୁ ସେଭଳି ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଫଣ୍ଡର ଆବଶ୍ୟକତା ଅନୁଭବ କରି ଏହି ପଦକ୍ଷେପ ନିଆଯାଇଛି।
ଏହି ଟ୍ରଷ୍ଟର ଅଧ୍ୟ ଦେଶର ପ୍ରଧାନମନ୍ତ୍ରୀ ରହିବେ। ଏତଦ୍ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ରହିବେ। ବିଭିନ୍ନ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସଂଗଠନମାନେ pmindia.gov.in ୱେବସାଇଟ୍ ଖୋଲି ସେଥିରେ ଦିଆଯାଇଥିବା ବ୍ୟାଙ୍କ ତଥ୍ୟ ଅନୁଯାୟୀ ଦାନ କରିପାରିବେ। ୟୁପିଆଇରେ ଦାନ କରିବା ପାଇଁ pmcares@sbi ୟୁପିଆଇ ଆଇଡି ବ୍ୟବହାର କରିବାକୁ ହେବ।
[ad_2]