ରୋଷେଇ
ଅଦା ତୁଳସୀ କାଢା


ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : କାଢା । ସାଧାରଣତଃ ଥଣ୍ଡା ହେଲେ ବିଭିନ୍ନ ପ୍ରକାରର କାଢା ବନାଇ ଲୋକେ ପିଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି କାଢା ବିଷୟରେ କହିବୁ ଯାହାକୁ ବନାଇବା ଅତି ସହଜ ଆଉ ସୁଆଦିଆ ।
ସାମଗ୍ରୀ– ଅଦା, ଗୋଲମରିଚ, ଡାଲଚିନି,ଲବଙ୍ଗ,ମହୁ,ତୁଳସୀ ପତ୍ର
ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଏକ ପାତ୍ରରେ କିଛି ପାଣି ନେବେ । ପାଣି ଫୁଟି ଆସିଲେ ସେଥିରେ ଅଦା ଛେଚା, ଗୋଲମରିଚ, ଡାଲଚିନି, ଲବଙ୍ଗ, ଅଳ୍ପ ମହୁ ଓ ତୁଳସୀ ପତ୍ର ପକାଇ ଫୁଟାଇବେ । ଭଲ ଭାବରେ ଫୁଟି ଆସିଲେ ତାକୁ ଛାଣି ପିଇବେ । ତେବେ ଥଣ୍ଡା ସମୟରେ ଏହାକୁ ପିଇବା ଦ୍ୱାରା ଆରାମ ମିଳିଥାଏ ।
ଫାଇଦା-
– ତୁଳସୀରେ ଭିଟାମିନ ସି ଏବଂ ଜିଙ୍କ୍ ଥାଏ । ଏହା ପଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
– ଯେଉଁମାନଙ୍କ ଥଣ୍ଡା, କାଶ ହେଉଥିବା ତୁଳସୀ କାଢା ପିଇବା ଦ୍ୱାରା ଆରାମ ମିଳିଥାଏ ।
– ହୃଦ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ତୁଳସୀ କାଢା ।