ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ସତ୍ୟଶିଖା (ପୁରୀ) ୨୪/୧୧/୨୦୨୦ : ପୁରୀ ହାଜତ ମୃତ୍ୟୁ ଘଟଣାରେ  ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଆଇଥିବା ନେଇ ସରକାରଙ୍କ ସୂଚନା । ଏନେଇ ହାଇକୋର୍ଟରେ ସୂଚନା ରଖିଛନ୍ତି ସରକାର । ଗତକାଲି ହାଇକୋର୍ଟରେ ଏହି ମାମଲାରୁ ଶୁଣାଣି ଚାଲିଥିଲା  ବେଳେ ସରକାରୀ ଓକିଲ ଦେଇଛନ୍ତି ଏହି ତଥ୍ୟ  ।

ଖବର ଅନୁଯାୟୀ, ଗତ ୧୮ ତାରିଖ ଦିନ ମଧ୍ୟାହ୍ନ ସମୟରେ ଏକ ଡକାୟତି ଅଭିଯୋଗରେ କେ.ରମେଶକୁ ବାସେଳୀସାହି ଥାନା ପୋଲିସ ଉଠାଇ ନେଇଥିଲା । ଥାନା ହାଜତରେ କେ.ରମେଶଙ୍କୁ ପିଟି ପିଟି ମାରି ଦେବାର ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗିଥିଲା । ସେପଟେ ସେହି ଦିନ ରାତିରେ ତାଙ୍କ ବାପା ଓ ମାଙ୍କୁ ପୋଲିସ ଉଠାଇ ନେଇଥିଲା । ପୁଅର ମୃତ୍ୟୁର ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଅର୍ଥ ଓ ଜାଗାର ପ୍ରଲୋଭନ ଦେଖାଇ ସମସ୍ତଙ୍କ ପାଟି ଚୁପ୍ କରିବାକୁ ପରିବାର ଉପରେ ପୋଲିସ ଚାପ ପକାଉଥିବାର ମଧ୍ୟ ଅଭିଯୋଗ ହୋଇଛି ।

ସେପଟେ ଘଟଣାକୁ ନେଇ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ତତ୍କାଳ ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରି ତାଙ୍କ ସ୍ଥାନରେ କେ.କନଓ୍ୱାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ବାସେଳୀସାହି ଥାନାର ଏସଆଇ ବିପ୍ଲବ ପ୍ରଧାନ ଓ ଦୁଇ ଜଣ କନେଷ୍ଟବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ମଧ୍ୟ  ନିଲମ୍ବିତ କରିଛନ୍ତି। କିନ୍ତୁ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ପୁରୀ  ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି କରୁଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ଗତାକାଲିର ଶୁଣାଣିରେ ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଛନ୍ତି ।

Exit mobile version