ମନୋଜ ଙ୍କ ସମର୍ଥନ ରେ ଯୋଜ


ସତ୍ୟଶିଖା (ଭୁବନେଶ୍ୱର ) ୩୧.୧୦.୨୦୨୩ : ଦିନକୁ ଦିନ ବଢିବାରେ ଲାଗିଛି କଳାକାରଙ୍କ କଳି । ଧିରେ ଧିରେ ଏହି ବିବାଦ ପଶ୍ଚିମ ବନାମ ପୂର୍ବ ଓଡିଶା ରୂପ ନେଲାଣି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପରେ ଏବେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ, ମନୋଜଙ୍କ ସମର୍ଥନରେ ବାହାରିଛନ୍ତି । ଯଦି ଓଡିଆ ଇଣ୍ଡଷ୍ଟ୍ରୀରେ ତାଙ୍କୁ କାମ ନ ମିଳେ କି ଇଣ୍ଡଷ୍ଟ୍ରୀ ତାଙ୍କୁ ବ୍ୟାନ୍ କଲେ, ସେ ପଶ୍ଚିମ ଓଡିଶା ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରୀ ଆରମ୍ଭ କରିବେ ବୋଲି କହିଛନ୍ତି ।
ଦରକାର ପଡିଲେ ଓଡିଶା ଦୁଇଭାଗ ହୋଇଯିବ: ନରସିଂହ
ଅନ୍ୟପଟେ କଳାକାର କଳିର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ର ସର୍ତ ରଖିଛନ୍ତି । ପ୍ରଥମେ ମାଇଣ୍ଡ ଗେମକୁ ସମସ୍ତ ହଲରେ ପୁଣି ଥରେ ରିଲିଜ କରାଯାଉ । ପରେ ତାଙ୍କ ଉପରେ ଯେଉଁ ୨ ବର୍ଷର ବାସନ୍ଦ ଲାଗିଛି ତାହା ପ୍ରତ୍ୟାହାର ହେଉ ବୋଲ ସେ କହିଛନ୍ତି । ସେପଟେ, ମନୋଜଙ୍କ ସମର୍ଥନରେ ନଭେମ୍ବର ୧୫ତାରିଖରେ ୧୨ଘଣ୍ଟିଆ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ସକାଳ ୬ରୁ ସଂନ୍ଧ୍ୟା ୬ ପର୍ଯ୍ୟାନ୍ତ ମହାବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।
କହିଲେ, ‘ଟୁଟୁ ନାୟକ ମୋତେ ବ୍ୟାନ୍ କରିବାକୁ କିଏ, ମୁଁ ତାଙ୍କୁ ବ୍ୟାନ୍ କରୁଛି’
ସିନେମା ହଲରୁ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ୍ ଫିଲ୍ମ ହଟିଗଲା ପରେ ଏହି ବିବାଦ ଆରମ୍ଭ ହୋଇଛି । ସେପଟେ ପଶ୍ଚିମ ଓଡିଶାରେ ଅରିନ୍ଦମ୍ ଫିଲ୍ମ ରାମ୍ କୁ ବି ବିରୋଧ କରାଯାଇଛି । ଏହାପର ଠାରୁ କଳାକାରଙ୍କ କଳି ତେଜିବାରେ ଲାଗିଛି ।