

ସତ୍ୟଶିଖା ( ଭୁବନେଶ୍ୱର ) ୦୪ /୦୯ /୨୦୨୧: ଖାସକରି ମହିଳା ଏବଂ ଯୁବତୀ ମାନେ ସବୁବେଳେ ନିଜର କେଶ ଓ ତ୍ବଚା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । କାହିଁକି ନାଁ, ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ କ୍ଷେତ୍ରରେ କେଶ ଓ ତ୍ବଚା ଜନିତ ଅନେକ ସମସ୍ୟା ଦେଖିବାକୁ ମିଳେ । ତେବେ ଘନ କେଶ ଏବଂ ତ୍ବଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ, ଏଥିପାଇଁ ଜୋଜୋବା ଅଏଲ ବହୁତ୍ ଉପକାରୀ । ଆସନ୍ତୁ ଜାଣିବା ସେ ବିଷୟରେ ।
-ଅଳ୍ପ ରୋଜମେରୀ ଅଏଲ ସହିତ ଅଳ୍ପ ଜୋଜୋବା ଅଏଲ ମିଶ୍ରଣ କରି, କେଶରେ ଲଗାଇ ୨୦ ରୁ୨୫ ମିନିଟ୍ ପରେ କେଶକୁ ଧୋଇବେ । ଏପରି କରିବା ଦ୍ବାରା, କେଶ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଯେପରିକି ରୂପି ସମସ୍ୟା, କେଶ ମୂଳ କୁଣ୍ଡେଇ ହେବା ସମସ୍ୟା ଆଦି ଦୂର କରିବା, ସହିତ କେଶକୁ ଘନ କରିବାରେ ସାହାଯ୍ୟ କରେ ।
-ଜୋଜୋବା ଅଏଲକୁ ତ୍ବଚାରେ ଲଗାଇ ୫ ରୁ ୧୦ ମିନିଟ ମସାଜ କରିବା ଦ୍ବାରା, ତ୍ବଚା ମୁଲାୟମ ହେବା ସହିତ, ତ୍ବଚାରେ ଚମକ ଆସିଥାଏ । ଏହା ମସାଜ କରିବା ପରେ, ତ୍ବଚାକୁ ସଫା କରି ଯେକୌଣସି ମଶ୍ଚରାଇଜର ବ୍ୟବହାର କରି ପାରିବେ ।