ସତ୍ୟଶିଖା ୧୧/୧୨/୨୦୨୦ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି । ଲୋକପ୍ରିୟ ପତ୍ରିକା ଟାଇମ୍ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି । ଉଭୟ ବାଇଡେନ୍ ଏବଂ ହ୍ୟାରିସଙ୍କ ଫଟୋକୁ ଟାଇମ ମାଗାଜିନ୍ର କଭର ପୃଷ୍ଠାରେ ସ୍ଥାନିତ କରାଯାଇଛି ।
ସୂଚନାଯୋଗ୍ୟ, ଟାଇମ ମାଗାଜିନ ୧୯୨୭ରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଆସୁଛି । ଗତ ଗୁରୁବାର ପତ୍ରିକା ପକ୍ଷରୁ ବାସ୍କେଟବଲ ସୁପରଷ୍ଟାର ଲେବ୍ରୋନ୍ ଜେମ୍ସଙ୍କୁ ‘ଆଥଲେଟ୍ ଅଫ ଦ ଇୟର’ ଭାବେ ଚୟନ କରିଥିଲା ।
