ଅପରାଧରାଜ୍ୟ

ଓଡ଼ିଶାରେ ଲୁଚିଛନ୍ତି ଜେଏମବି ଆତଙ୍କବାଦୀ, ଆଲର୍ଟ ହେଲା ଏସଟିଏଫ୍

ସତ୍ୟଶିଖା( କୋଲକାତା) ୧୪.୦୭.୨୦୨୧: ପଡ଼ୋଶୀ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନର ୧୫ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ରାସ୍ତାରେ ଏହି ଆତଙ୍କବାଦୀ ପ୍ରବେଶ କରିଛନ୍ତି। ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି। ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ସୂଚନା ରହିଛି। ଏହି ଗ୍ରୁପ୍‌ର ୩ ଆତଙ୍କବାଦୀଙ୍କୁ ରବିବାର ଗିରଫ କରାଯାଇଥିବା ନେଇ କୋଲକାତାର ଏସଟିଏଫ୍ ସୋମବାର ସୂଚନା ଦେଇଛି।

ଜମାତ-ଉଲ-ମୁଜାହିଦ୍ଦିନର ମୋଟ୍ ୧୫ ଆତଙ୍କବାଦୀଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଥିଲେ। ଗିରଫ ଆତଙ୍କବାଦୀ ବାଂଲାଦେଶୀ। ସେମାନେ ରବିବାର କୋଲକାତାର ହରିଦେବପୁର ଏରିଆରୁ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ। ତିନି ଆତଙ୍କବାଦୀଙ୍କୁ ଜେରା କରିବା ବେଳେ ଏସଟିଏଫ ଜାଣିବାକୁ ପାଇଛି ଯେ ଅବଶିଷ୍ଟ ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି।

ପଶ୍ଚିମବଙ୍ଗରୁ ତିନି ଗିରଫ ହୋଇଥିବା ବେଳେ ସେମାନଙ୍କ ଆଉ ଦୁଇ ସହଯୋଗୀ ଶେଖ ସକିଲ ଏବଂ ସଲିମ ମୁନସି ଲୁଚି ରହିଥିବା ସୂଚନା ରହିଛି। ଏସଟିଏଫ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାଯାଇଛି। ଓଡ଼ିଶାର ଏସଟିଏଫ୍ ଟିମ୍ ମଧ୍ୟ କୋଲକାତା ଏସଟିଏଫ୍ ସହିତ ଏ ସଂକ୍ରାନ୍ତରେ ଯୋଗାଯୋଗରେ ଅଛି।

୨୦୧୬ରେ ଢ଼ାକାର ଏକ କାଫେରେ ଜେଏମବି ଆତଙ୍କୀ ଆକ୍ରମଣ କରିଥିଲେ। ଏଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୯ରେ ଏନଆଇଏ କହିଥିଲା ଜେଏମବି ଭାରତରେ ଏହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି।

Show More
Back to top button