ଜିତେନ୍ଦ୍ରଙ୍କୁ ୭୬

ସତ୍ୟଶିଖା(ନୂଆଦିଲ୍ଲୀ) ୦୭ .୦୪.୨୦୨୧: ଆଜି ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ୭୬ ତମ ଜନ୍ମଦିନ । ଜିତେନ୍ଦ୍ର ୭ ଏପ୍ରିଲ୍ ୧୯୪୨ ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଚାରି ଦଶନ୍ଧି ଧରି ବଲିଉଡରେ ସକ୍ରିୟ ଥିବା ଏହି ଅଭିନେତା ୧୯୬୦ ଦଶକରୁ ୧୯୯୦ ଦଶକ ମଧ୍ୟରେ ୨୦୦ ଟି ଫିଲ୍ମ କରିଥିଲେ । କୁହାଯାଏ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚା ହୋଇଥିଲା । ୧୯୮୩ ରେ ରିଲିଜ୍ ହୋଇଥିବା ‘ହିମତୱାଲା’ ଫିଲ୍ମରୁ ଶ୍ରୀଦେବୀଙ୍କୁ ହିନ୍ଦୀ ଫିଲ୍ମରେ ପରିଚୟ ମିଳିଥିଲା । କୁହାଯାଉଛି ଯେ ଜିତେନ୍ଦ୍ର ନିର୍ଦ୍ଦେଶକ କେ ରାଘବେନ୍ଦ୍ର ରାଓଙ୍କୁ ଶ୍ରୀଦେବୀଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ କହିଥିଲେ । ଅନ୍ୟପକ୍ଷରେ, ଯେତେବେଳେ ଶ୍ରୀଦେବୀଙ୍କୁ ଜିତେନ୍ଦ୍ରଙ୍କ ସହ ‘ହିମତୱାଲା’ ପାଇଁ ସାଇନ୍ କରାଯାଇଥିଲା, ସେତେବେଳେ ସେ ବହୁତ ଖୁସି ହୋଇଥିଲେ କାରଣ ବଲିଉଡକୁ ଆସିବା ପୂର୍ବରୁ ଶ୍ରୀଦେବୀ ଜିତେନ୍ଦ୍ରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ କିନ୍ତୁ ଜିତେନ୍ଦ୍ର ମଧ୍ୟ ଶ୍ରୀଦେବୀଙ୍କୁ ଭଲ ପାଇବା ଠାରୁ ନିଜକୁ ଦୂରେଇ ରଖି ପାରିନଥିଲେ । ଫିଲ୍ମ ‘ହିମତୱାଲା’ ଜବରଦସ୍ତ ହିଟ୍ ହୋଇଥିଲା ଏବଂ ଏହି ଦୁଇଜଣ ବଲିଉଡର ହଟ୍ ଯୋଡି ହୋଇଗଲେ । ଖୁବ୍ ଶୀଘ୍ର ଉଭୟଙ୍କ ରୋମାନ୍ସ ମଧ୍ୟ ଚର୍ଚ୍ଚାକୁ ଆସିଯାଇଥିଲା । ଯେତେବେଳେ ଜିତେନ୍ଦ୍ର ନିଜର ଭଲପାଇବା ପ୍ରକାଶ କରିଥଲେ ତାହା ଜିତେନ୍ଦ୍ରଙ୍କ ପତ୍ନୀ ଶୋଭା କପୁରଙ୍କ ନିକଟରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ, ଶୋଭା ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ବହୁ ତିକ୍ତତା ଦେଖାଯାଇଥିଲା । ଯେତେବେଳେ ଏହି ସମସ୍ୟା ଦୂର କରିବା ପାଇଁ ଜିତେନ୍ଦ୍ର ଶ୍ରୀଦେବୀଙ୍କୁ ତାଙ୍କ ଘରକୁ ଡାକିଥିଲେ ଏବଂ ତାଙ୍କୁ ତାଙ୍କ ପତ୍ନୀଙ୍କ ସହ ପରିଚିତ କରାଇଥିଲେ, ସେତେବେଳେ ଶୋଭା କପୁର ଏବଂ ଝିଅ ଏକତା କପୁର ତାଙ୍କର ଏଭଳି ସମ୍ମାନ କରିଥିଲେ ଯାହା ଶ୍ରୀଦେବୀ କେବେ ମଧ୍ୟ ଭୁଲି ପାରିବେ ନାହିଁ ଏବଂ ସେହି ସାକ୍ଷାତ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା।

Exit mobile version