ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ ଏହି ଗଛ : ଘରେ ଲଗାଇଲେ ଧନ ଅଭାବ ରହିବନାହିଁ l


ସତ୍ୟଶିଖା ( ଭୁବନେଶ୍ୱର ) ୪.୦୯.୨୦୨୦ : ଧନ ସମ୍ପତ୍ତି ଅର୍ଜନ କରିବା, ଭଲରେ ସୁଖ ଶାନ୍ତିରେ ରହିବା ସମସ୍ତଙ୍କର ସ୍ଵପ୍ନ | ଧନ ଅର୍ଜନ କରିବାକୁ ଲୋକେ ପରିଶ୍ରମ କରନ୍ତି | କିଛି ଲୋକେ ଏଥିପାଇଁ ଧାର୍ମିକ ଅନୁଷ୍ଠାନ, ବାସ୍ତୁ ଓ ଜ୍ୟୋତିଷଶାସ୍ତ୍ରର ମଧ୍ୟ ଅନେକ ଉପାୟ କରିଥାନ୍ତି | ଧନ ଅର୍ଜନ ପାଇଁ ଅଧିକାଂଶ ଲୋକେ ଘରେ ମନିପ୍ଲାଣ୍ଟ ଲଗାଇଥାନ୍ତି | କିନ୍ତୁ ଏମିତି ଏକ ଗଛ ଅଛି ଯାହା ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ | ଏହି ଗଛ ସମ୍ବନ୍ଧରେ ବହୁତ କମ ଲୋକ ଜାଣିଛନ୍ତି | ଏହାକୁ କ୍ରାସୁଲା ଗଛ ବୋଲି କୁହାଯାଏ |
ଫେଙ୍ଗଶୁଇରେ କ୍ରାସୁଲା ଗଛର ଅନେକ ମହତ୍ୱ ରହିଛି | ଏହାକୁ ମନି ଟ୍ରି ମଧ୍ୟ କୁହାଯାଏ | ଏହି ଗଛ ଚୁମ୍ବକ ଭଳି ଧନ ନିଜ ଆଡକୁ ଟାଣିଥାଏ ବୋଲି କୁହାଯାଏ | ଏହା ଏକ ଛୋଟ ମଖମଲି ଗଛ | ଏହାର ରଙ୍ଗ ଗଭୀର ସବୁଜ | ଏହାର ପତ୍ର ଚଉଡା |
କ୍ରାସୁଲା ଲଗାଇବା ବହୁତ ସରଳ | ଏହାକୁ ଆପଣ କୁଣ୍ଡ କିମ୍ବା ତଳେ ଜମିରେ ମଧ୍ୟ ଲଗାଇପାରିବେ | ଏହାପରେ ଗଛ ମନକୁ ମନ ବଢ଼ିବାରେ ଲାଗିଥାଏ | ଏହାକୁ ଯେକୌଣସି ଋତୁରେ ଲଗାଇପାରିବେ |
କ୍ରାସୁଲା ଗଛ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ ଏବଂ ଚୁମ୍ବକ ଭଳି ନିଜ ଆଡକୁ ଧନ ଟାଣିଥାଏ ବୋଲି କୁହାଯାଏ | କ୍ରାସୁଲାକୁ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ଲଗାଯିବ ଉଚିତ | ମୁଖ୍ୟ ଦ୍ୱାରରେ ଡାହାଣ ପଟେ ଲଗାଇଲେ ଏହା ଅଧିକ ପ୍ରଭାବ ପକାଇଥାଏ |