

ସତ୍ୟଶିଖା( ଝାରସୁଗୁଡ଼ା)୨୫.୦୨.୨୦୨୨ :ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଓଏମଭିଡି ଏଏସ୍ଆଇ ହରେକୃଷ୍ଣ ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ହରେକୃଷ୍ଣଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି । ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି ୩ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର ଓ ଅନ୍ୟକିଛି କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ସୂଚନା ମୁତାବକ ହରେକୃଷ୍ଣଙ୍କ କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ଘର ଓ ସମ୍ପତ୍ତି ଉପରେ ରେଡ୍ କରୁଛି ଭିଜିଲାନ୍ସ । ଝାରସୁଗୁଡ଼ା କଟକ ଫ୍ରେଣ୍ଡସ୍ କଲୋନୀରେ ଦୁଇ ମହଲା ଘର ସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ରାମନଗରରେ ଥିବା ଦୁଇ ମହଲା ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଚଢ଼ାଉ ବେଳେ ହରେକୃଷ୍ଣଙ୍କ ଘରୁ ୪ ଲକ୍ଷ ୪୬ ହଜାର ଟଙ୍କା ମିଳିଛି । ଆଗକୁ ଆହୁରି ସମ୍ପତ୍ତି ଜବତ କରାଯିବା ନେଇ ଅନୁମାନ ମଧ୍ୟ କରାଯାଉଛି ।